Spread the love

୪୦୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ପ୍ରଗତିକୁ ନୂଆ ଗତି: କ୍ୟାରିୟର ବିକାଶ, କଲ୍ୟାଣ ଓ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଉଛି ଟିଏସଟିଏସଏଲ୍ ଏବଂ ଟିଏସଏସଏସଏଲ୍

• ୩୦୦୦ରୁ ଅଧିକ ଟିଏସଟିଏସଏଲ୍ ଓ ଟିଏସଏସଏସଏଲ୍ କର୍ମଚାରୀଙ୍କ ପଦୋନ୍ନତି
• ୩୦୦ରୁ ଅଧିକ କର୍ମଚାରୀଙ୍କୁ ଟାଟା ଷ୍ଟିଲ୍‌ର ମୂଳ ପେ-ରୋଲ୍‌ରେ ସାମିଲ ହେବାର ସୁଯୋଗ

ମେରାମଣ୍ଡଳୀ, ଅକ୍ଟୋବର ୦୪, ୨୦୨୬: ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡ୍ (ଟିଏସଟିଏସଏଲ୍) ଏବଂ ଟାଟା ଷ୍ଟିଲ୍ ସପୋର୍ଟ ସର୍ଭିସେସ୍ ଲିମିଟେଡ୍ (ଟିଏସଏସଏସଏଲ୍) ଅଧୀନରେ ମେରାମଣ୍ଡଳୀ ପ୍ଲାଣ୍ଟରେ କାର୍ଯ୍ୟରତ ପ୍ରାୟ ୪,୦୦୦ କର୍ମଚାରୀଙ୍କ ପାଇଁ ବିଗତ ଆଠ ବର୍ଷ ବେଶ୍ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଛି। କେବଳ କାର୍ଯ୍ୟକ୍ଷେତ୍ର ନୁହେଁ, ବରଂ କର୍ମଚାରୀମାନେ ନିଜ ଭବିଷ୍ୟତ କୁ ଉନ୍ନତ କରିବାର ସୁବ୍ୟବସ୍ଥିତ ସୁଯୋଗ ପାଇପାରିଛନ୍ତି। ଏହାର ଏକ ବଡ଼ ଉଦାହରଣ ହେଉଛି, ଉଭୟ ଟିଏସଟିଏସଏଲ୍ ଓ ଟିଏସଏସଏସଏଲ୍‌ର ୩,୦୦୦ରୁ ଅଧିକ କର୍ମଚାରୀ ପଦୋନ୍ନତି ପାଇସାରିଥିବା ବେଳେ ୩୦୦ରୁ ଅଧିକ କର୍ମଚାରୀ ସିଧାସଳଖ ଟାଟା ଷ୍ଟିଲ୍‌ର ମୂଳ ପେ-ରୋଲ୍‌କୁ ଉନ୍ନୀତ ହୋଇଛନ୍ତି।

ମେ ୨୦୧୮ରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପ୍ଲାଣ୍ଟର ପରିଚାଳନା ଭାର ଗ୍ରହଣ କରିବା ପରଠାରୁ, ଏହାର ଦୁଇ ଶତପ୍ରତିଶତ ସହଯୋଗୀ ସଂସ୍ଥା ଟିଏସଟିଏସଏଲ୍ ଓ ଟିଏସଏସଏସଏଲ୍ ପକ୍ଷରୁ କ୍ୟାରିୟର ବିକାଶ, କାର୍ଯ୍ୟଦକ୍ଷତା, କର୍ମଚାରୀ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ପର୍ଯ୍ୟାୟକ୍ରମେ ଔପଚାରିକ ନୀତି ନିୟମ ପ୍ରଣୟନ କରାଯାଇଛି। ଉନ୍ନତ ସାମାଜିକ ସୁରକ୍ଷା ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟସେବା ସହାୟତା ଏହି କର୍ମଚାରୀମାନଙ୍କ ଜୀବନଧାରଣ ମାନରେ ଉଲ୍ଲେଖନୀୟ ସୁଧାର ଆଣିପାରିଛି।

ପ୍ରଗତିର ସ୍ପଷ୍ଟ ପଥ ନିର୍ଦ୍ଧାରଣ ପୂର୍ବରୁ କାର୍ଯ୍ୟରତ କର୍ମଚାରୀମାନଙ୍କ କ୍ୟାରିୟର ପ୍ରଗତିକୁ ସୁବ୍ୟବସ୍ଥିତ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଓ କାର୍ଯ୍ୟର ପ୍ରକାରକୁ ନେଇ ଏକ ନିର୍ଦ୍ଦିଷ୍ଟ ଗ୍ରେଡିଂ ବ୍ୟବସ୍ଥା ଲାଗୁ କରାଯାଇଛି। ଫଳରେ କର୍ମଚାରୀମାନେ ନିଜ ଦାୟିତ୍ୱ, ପଦବୀ ଏବଂ ପଦୋନ୍ନତିର ସୁଯୋଗ ସମ୍ପର୍କରେ ସ୍ପଷ୍ଟ ଧାରଣା ପାଇପାରୁଛନ୍ତି।

ସେହିପରି ଟିଏସଏସଏସଏଲ୍ ପକ୍ଷରୁ ପରଫରମାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏମଏସ୍) ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି, ଯେଉଁଥିରେ ବାର୍ଷିକ ମୂଲ୍ୟାୟନ ଆଧାରରେ ବାର୍ଷିକ ଇନକ୍ରିମେଣ୍ଟ ଏବଂ ବୋନସ୍ ପ୍ରଦାନ କରାଯାଉଛି। କର୍ମଚାରୀମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ତଥା କମ୍ପାନୀର ପ୍ରଦର୍ଶନ ଆଧାରରେ ପ୍ରଯୁଜ୍ୟ ଆଇନଗତ ବୋନସ୍ କିମ୍ବା ପରଫରମାନ୍ସ ବୋନସ୍ ମଧ୍ୟରୁ ଯାହା ଅଧିକ, ତାହା ପ୍ରଦାନ କରାଯାଉଛି। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆର୍ଥିକ ପୁରସ୍କାର, ତୁରନ୍ତ ସ୍ୱୀକୃତି, ସିଇଓ ପ୍ରଶଂସା ପତ୍ର ଏବଂ ବିଭାଗୀୟ ସମ୍ମାନ ମଧ୍ୟ ପ୍ରଦାନ କରାଯାଉଛି। ନିଯୁକ୍ତି ପତ୍ର, କର୍ମଚାରୀ ପରିଚୟ ପତ୍ର ପ୍ରଦାନ ସହିତ ଛୁଟି ପରିଚାଳନା ଓ ଅନ୍ୟାନ୍ୟ ସେବା ପାଇଁ ଏଚ୍‌ଆରଆଇଏସ୍ ଡିଜିଟାଲ୍ ପ୍ଲାଟଫର୍ମ କାର୍ଯ୍ୟକାରୀ କରାଯାଇଛି।

କର୍ମଚାରୀ କଲ୍ୟାଣ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇ ଟିଏସଟିଏସଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସନ୍ଦୀପ ଧୀର କହିଛନ୍ତି, “ଆମ କର୍ମଚାରୀମାନଙ୍କ ସୁରକ୍ଷା, କଲ୍ୟାଣ ଏବଂ ବିକାଶ ସର୍ବଦା ଆମର ପ୍ରମୁଖ ପ୍ରାଥମିକତା। ପ୍ରତ୍ୟେକ କର୍ମଚାରୀ ଯେପରି ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିପାରିବେ, ସେଥିପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ସୁଦୃଢ଼ ସାମାଜିକ ନିରାପତ୍ତା ଏବଂ ପ୍ରଭାବଶାଳୀ କାର୍ଯ୍ୟଦକ୍ଷତା ପରିଚାଳନା ଢାଞ୍ଚା ମାଧ୍ୟମରେ ଆମେ ସେମାନଙ୍କ ବୃତ୍ତିଗତ ଉନ୍ନତି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛୁ।”

କାର୍ଯ୍ୟକ୍ଷେତ୍ର ବାହାରେ ମଧ୍ୟ ସୁରକ୍ଷାର ବଳୟ କର୍ମଚାରୀ କଲ୍ୟାଣ ନୀତି ଅଧୀନରେ ଭବିଷ୍ୟ ନିଧି (ପିଏଫ୍) ଏବଂ ଗ୍ରାଚ୍ୟୁଇଟି ସୁବିଧା ଉପଲବ୍ଧ କରାଯାଇଛି। କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଓପିଡି ଏବଂ ଡାକ୍ତରଖାନାରେ ଭର୍ତ୍ତି ସୁବିଧା ସହିତ ସମଗ୍ର ଭାରତର ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି।

ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପ ମଧ୍ୟରେ ମାତୃତ୍ୱ ଓ ପିତୃତ୍ୱ କାଳୀନ ଛୁଟି, କର୍ମଚାରୀଙ୍କ ଅପ୍ରତ୍ୟାଶିତ ବିୟୋଗ କ୍ଷେତ୍ରରେ ପରିବାରକୁ ସାମାଜିକ ସୁରକ୍ଷା ସହାୟତା, ଏବଂ ଅସୁସ୍ଥତା, କାଜୁଆଲ୍, ପ୍ରିଭିଲେଜ୍, ପର୍ବପର୍ବାଣୀ ଛୁଟି ତଥା କମ୍ପେନସେଟୋରୀ ଅଫ୍ ବ୍ୟବସ୍ଥା ଉପଲବ୍ଧ ରହିଛି।

ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସଂକଳ୍ପବଦ୍ଧ ଟିଏସଟିଏସଏଲ୍ ଏବଂ ଟିଏସଏସଏସଏଲ୍ ର କଲ୍ୟାଣକାରୀ ପଦକ୍ଷେପ କର୍ମଚାରୀମାନଙ୍କ ଦୈନନ୍ଦିନ ଆବଶ୍ୟକତାକୁ ମଧ୍ୟ ପୂରଣ କରୁଛି। ଏଥିରେ ରିହାତି ଦରରେ ଖାଦ୍ୟ, ଶୀତତାପ ନିୟନ୍ତ୍ରିତ ବସ୍ ପରିବହନ ଏବଂ ଆବାସିକ ସୁବିଧା ସାମିଲ ରହିଛି। ଉତ୍ତମ ସ୍ୱାସ୍ଥ୍ୟ ଓ ସାମଗ୍ରିକ କଲ୍ୟାଣ ନିମନ୍ତେ ‘ଡାକ୍ତର ଆଟ୍ ଡୋରଷ୍ଟେପ୍’ କାର୍ଯ୍ୟକ୍ରମ, ନିୟମିତ ଶାରୀରିକ ପରୀକ୍ଷା, ମାନସିକ ଆରୋଗ୍ୟ ଅଧିବେଶନ ତଥା ପରାମର୍ଶ ସହାୟତା ପ୍ରଦାନ କରାଯାଉଛି।

‘ହମାରା ସମ୍ବାଦ’ ମାଧ୍ୟମରେ କର୍ମଚାରୀମାନେ ନିଜ କାର୍ଯ୍ୟକ୍ଷେତ୍ର, ସୁରକ୍ଷା ଓ କଲ୍ୟାଣକାରୀ ପ୍ରସଙ୍ଗରେ ସିଧାସଳଖ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିପାରୁଛନ୍ତି। ଏହା ବ୍ୟତୀତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଏବଂ କାର୍ଯ୍ୟକ୍ରମ ଜରିଆରେ କର୍ମଚାରୀଙ୍କ ମଧ୍ୟରେ ସାମୂହିକ ଭାବନାକୁ ଉତ୍ସାହିତ କରାଯାଉଛି।

କ୍ୟାରିୟର ଏବଂ ଉନ୍ନତ ଜୀବନଶୈଳୀର ବିକାଶ ମେରାମଣ୍ଡଳୀର ପ୍ରାୟ ୪,୦୦୦ କର୍ମଚାରୀଙ୍କ ପାଇଁ ଏହି ଯାତ୍ରା ଅନିଶ୍ଚିତତା ଦୂର କରି ନୂତନ ସମ୍ଭାବନା ଓ ବୃତ୍ତିଗତ ଅଭିବୃଦ୍ଧି ହାସଲ କରିବାର ଏକ ମାଧ୍ୟମ ସାଜିଛି। ସାମାଜିକ ଓ ଆର୍ଥିକ ନିରାପତ୍ତା ସହିତ ପରିବାରର ସୁସ୍ଥତା ସେମାନଙ୍କ ଦୈନନ୍ଦିନ ଚିନ୍ତାକୁ ହ୍ରାସ କରିବାରେ ସହାୟକ ହୋଇଛି।

କର୍ମଚାରୀଙ୍କ କ୍ୟାରିୟର ଗଠନ, ସୁରକ୍ଷା ସୁଦୃଢ଼ୀକରଣ ଏବଂ ସେମାନଙ୍କ ପରିବାରର ଜୀବନଧାରଣ ମାନକୁ ଉନ୍ନତ କରିବା ପାଇଁ ଟିଏସଟିଏସଏଲ୍ ଏବଂ ଟିଏସଏସଏସଏଲ୍
ସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି।

Leave a Reply

Your email address will not be published. Required fields are marked *