Spread the love

ସମାଜସେବୀ ରତ୍ନାକର ମାଣିଆଙ୍କ 99ତମ ଜୟନ୍ତୀ ସମାରୋହ ପାଳିତ.
ଭୁବନେଶ୍ୱର ଆଜି ସ୍ଥାନୀୟ ରୋଟାରି ଭବନ ଠାରେ ରତ୍ନାକର ମାଣିଆ ଫାଉଣ୍ଡେସନ ତରଫରୁ ବିଶିଷ୍ଟ ସମାଜ ସେବି ରତ୍ନାକର ମାନିଆଙ୍କ 99ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି. ଏହି ଉତ୍ସବରେ ବହୁ ଜ୍ଞାନୀ ଗୁଣି ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ. ପ୍ରତିବର୍ଷ ଆମେ ତାଙ୍କର ଜନ୍ମ ଉତ୍ସବ ପାଳନ କରୁ. ଆଜିକୁ 28ବର୍ଷ ହେଲା ଏମିତି ଚାଲିଛି. ରତ୍ନାକର ମାଣିଆ ଜଣେ ପ୍ରତିଷ୍ଠିତ ସମାଜସେବୀ ଥିଲେ. ତଳସ୍ତରରେ ଥିବା ଲୋକମାନଙ୍କର ଉନ୍ନତି ପାଇଁ ସେ ସଦା ସର୍ବଦା କାମକରୁଥିଲେ. ସମାଜ ସଂସ୍କାରକ ଭାବେ ବେଶ ଜଣାଶୁଣା ଅତି ଆଦରର ଶ୍ରୀ ମାଣିଆ ସରକାରୀ ଚାକିରୀ କ୍ଷେତ୍ରରେ ଥାଇ ମଧ୍ୟ ସମାଜସେବାରେ ନିଜକୁ ସାମିଲ କରି ଲୋକମାନଙ୍କୁ ସେବା କରିଆସୁଥିଲେ. ସେ ମଧ୍ୟ ଜଣେ ଭଲ କର୍ମଚାରୀ ନେତା ଥିଲେ. ଆଜି ତାଙ୍କର ସ୍ମୃତି ଚାରଣ କରିବା ସହ ବିଭିନ୍ନ ସମାଜସେବା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଏ ଓ ଆଜି ଜଣେ ମେଧାବୀ ଛାତ୍ରୀ ବିଦିଶା ଭାରତୀ ଦାସଙ୍କୁ ରତ୍ନାକର ମାଣିଆ ବିଦ୍ୟାରତ୍ନ ପୁରସ୍କାର ଦିଆଯାଇଛି ବୋଲି କହିଛନ୍ତି ରତ୍ନାକର ମାଣିଆ ଫାଉଣ୍ଡେସନର ସଭାପତି ପ୍ରଫୁଲ କୁମାର ଦାସ. ସେହିଭଳି ସେ ଜଣେ ଅନୁଷ୍ଠାନ ଥିଲେ. ସେବା ତାଙ୍କର ମୁଲ ମନ୍ତ୍ର ଥିଲା. ସେ ସେବା କ୍ଷେତ୍ରରେ କୌଣସି ସମସ୍ୟାକୁ ଖାତିର କରୁ ନ ଥିଲେ. ଡର ଭୟ ତାଙ୍କର ନ ଥିଲା. ଯାଦବ ମାନଙ୍କ ପାଇଁ ସେ ବହୁତକାମ କରି ଆସିଛନ୍ତି. ସାମାଜିକ ସମାନତା ରକ୍ଷା ପାଇଁ ତାଙ୍କର ଅବଦାନ ଅତୁଳନୀୟ. ତାଙ୍କ ସ୍ମୃତି ଚାରଣ ଆଜି ଆମେ କରିବା ସହ ତାଙ୍କରି ରାସ୍ତାରେ ଅନୁଗାମୀ ହେବା ପାଇଁ ଲୋକ ମାନଙ୍କୁ ଆହ୍ୱାନ ଦେଉଛୁ ବୋଲି କହିଛନ୍ତି ୱାର୍ଡ ନମ୍ବର 30ର କର୍ପୋରେଟର ରାଜକିଶୋର ଦାସ. (ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *