Spread the love

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ଅନୁଷ୍ଠିତ

ଆସନ୍ତା ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖୁ ବନ୍ୟାର ସଠିକ୍ ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ ଆଜି ପୂର୍ବାହ୍ନରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ଅନୁଗୋଳ ଉପ ଜିଲ୍ଲାପାଳ ଶ୍ରୀ ବୈତୁରା ଦିପ୍‌ଙ୍କ ଅଧ୍ୟକ୍ଷତାରେ ତାଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ବର୍ଷା ଦିନ ପୂର୍ବରୁ ଡ୍ରେନ୍‌ଗୁଡିକୁ ସଫା କରିବା, ଶୁଖିଲା ଖାଦ୍ୟ ମହଜୁଦ ରଖୁବା, ଯନ୍ତ୍ର ଚାଳିତ ଚୋଟ ଗୁଡିକ ସଜାଗ ରଖିବା, କେଣ୍ଟ୍ରାଲ ରୁମ୍ ଗୁଡିକୁ କାର୍ଯ୍ୟକ୍ଷମ କରିବା, ବିଦ୍ୟୁତ ଓ ଟେଲିଫୋନ ବିଭାଗ ସଜାଗ ରହିବା, ସ୍ବାସ୍ଥ୍ୟ ଓ ପଶୁ ସମ୍ପଦର ସୁରକ୍ଷା କୃଷି କ୍ଷେତ୍ରରେ ସୁରକ୍ଷା, ପାନୀୟ ଜଳ ଯୋଗାଣ, ପଲିଥିନ ମହଜୁଦ ଇତ୍ୟାଦି ରଖିବା ଉପରେ ଗୁରୁତ୍ୱାରୋପ କରି ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ଆଗୁଆ ପଦକ୍ଷେପ ନେବାକୁ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଅମ୍ଳାନ ଅପରାଜିତା ମିଶ୍ର, ଡେପୁଟି କଲେକ୍ଟର ଶ୍ରୀ ରାଜିବ କୁମାର ବେହେରା, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଗିରିଜା ଶଙ୍କର ମଲ୍ଲିକ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ପରେ ପରେ ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥ‌ିବା ମେଗା ଜଳ ଯୋଗାଣ ପ୍ରକଳ୍ପ ଗୁଡିକରେ ପାଣି ଚୋରି ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଏବଂ ବିଭିନ୍ନ ଗ୍ରାମାଞ୍ଚଳମାନଂକରେ ଅଙ୍ଗନଓ୍ବାଡି ସ୍ଥାପନ ନିମନ୍ତେ ତୁରନ୍ତ ସ୍ଥାନ ନିରୂପଣ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନଂକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *