Spread the love

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ବ ବନ ଦିବସ ପାଳିତ

କୁଚିଣ୍ଡା ୨୧/୩କୁଚିଣ୍ଡା ବ୍ଲକ ଅର୍ଡାବାହାଲ ସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ବିଶ୍ଵ ବନଦିବସ ପାଲିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ରଞ୍ଜନ କୁମାର ନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ, ପରିବେଷ ବିତ୍ତ ପଣ୍ଡିତ ଅଲେଖ ପତି, ପ୍ରକୃତି ବନ୍ଧୁ ରବିନ୍ଦ୍ର ଦାସ, ଓ ସାମ୍ବାଦିକ ଗଗନ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବନ ସୁରକ୍ଷା, ସାମାଜିକ ବନିକରଣ, ବୃକ୍ଷ ରୁ ପାଉଥିବା ଉପକାର, ଆବଶ୍ୟକତା ବିଷୟରେ ବୁଝାଇବା ସହିତ ଏହା କିପରି ଧ୍ବଂସ ହେବନାହିଁ ସେ ନେଇ ସଚେତନତା କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ପ୍ରତି ଭୁବନେଶ୍ୱରରେ ବନ ଓ ବନ ଓଡ଼ିଆ ସାହିତ୍ୟ ପାଇଁ ମୁଖ୍ୟ ଅତିଥି ଶ୍ରୀ ନାୟକ ପୁରସ୍କୃତ ହୋଇ ଥିବାରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।ଶେଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ରସାୟନ ବିଜ୍ଞାନର ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *