Spread the love

ଅପରେସନ୍‌ ସିନ୍ଦୂରର ପ୍ରଥମ ଆଟାକ୍‌ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଜି ବସିଥିଲା ସର୍ବଦଳୀୟ ବୈଠକ । ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରତିକ୍ରିୟା । କହିଲେ,ଏଭଳି ସଙ୍କଟ ସମୟରେ ଆମେ ସରକାରଙ୍କ ସହ ଅଛୁ । ରାହୁଲ ଗାନ୍ଧୀ ମଧ୍ୟ କହିଛନ୍ତି ଯେ ଆମେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରୁଛୁ । ଆତଙ୍କବାଦ ବିରୋଧରେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ କଂଗ୍ରେସ କରିବାକୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖିଛି ।

କଂଗ୍ରେସ କରିବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ରାଲି’ ସମେତ ଦଳର ଅନ୍ୟାନ୍ୟ ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ସ୍ଥଗିତ କରିଛି ।ସୂଚନା ମୁତାବକ ସର୍ବଦଳୟୀୟ ବୈଠକରେ ସରକାରଙ୍କ ତରଫରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜିଜୁ ସାମିଲ ହୋଥିଲେ । ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ରାଜନାଥ ସିଂ । ଏଥିରେ ଅପରେସନ ସିନ୍ଦୂରର ସମସ୍ତ ସୂଚନା ଦିଆଯିବା ସହ ଆଗାମୀ ପ୍ଲାନ ବିଷୟରେ ଆଲୋଚନା କରାଯାଇଛି ।

Leave a Reply

Your email address will not be published. Required fields are marked *