Spread the love

ସର୍ବପୁରାତନ ଇଂରାଜୀ ପତ୍ରିକା rock pebbles ର ଶୁଭ ଉନ୍ମୋଚନ ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ

ଯାଜପୁର —- ଯାଜପୁର ସହର ସ୍ଥିତ ମିଶନ ଶକ୍ତି ଭବନ ଠାରେ ସର୍ବ ପୁରାତନ ଇଂରାଜୀ ଭାଷାର ପତ୍ରିକା rock pebbles ର ଶୁଭ ଉନ୍ମୋଚନ ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର କୁଶଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ସର୍ବଭାରତୀୟ ସ୍ତରରେ ଟପର ହୋଇଥିବା ଭଦ୍ରକ ମାଟିର ପୁଅ ଡକ୍ଟର ହୃଷିକେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଡକ୍ଟର ରଜତ କୁମାର ଶତପଥୀ, ମୁଖ୍ୟ ବକ୍ତା ଭାବେ ଡକ୍ଟର ଲିପି ପୁଷ୍ପା ନାୟକ, ସମ୍ମାନିତ ଅତିଥି ଭାବେ ସାଧୁଗୈଡେଶ୍ଵର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ। ଦ୍ବିତୀୟ ପର୍ଯ୍ୟାୟ ରେ ପ୍ରଫେସର ଦାମୋଦର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଡକ୍ଟର ପ୍ରଜ୍ଞା ପାରବତ୍ରୀକା ଦାଶ, ଡକ୍ଟର ବିଜୟ ମୋହନ୍ ରାୟ ପ୍ରମୁଖ ଯୋଗଦେଇ ଥିଲେ । ଏଥିରେ ବହୁ କବି ଯୋଗଦେଇ ସେମାନଙ୍କର କବିତା ପାଠ ପଢିଥିଲେ।ଏ ସମସ୍ତ କାର୍ଯ୍ୟକ୍ରମକୁ rock pebbles ର ପ୍ରତିଷ୍ଠାତା ସଂପାଦକ ଡକ୍ଟର ଉଦୟ ନାଥ ମାଝି ପରିଚାଳନା କରିଥିଲେ। ଏହି ଉତ୍ସବରେ Dr,Rajat Kumar satapathy, smt,swatee sripada ଦୁଇ ଜଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *