Spread the love

ଅପରେସନ ସିନ୍ଦୂରକୁ ନେଇ MEAର ପ୍ରେସବ୍ରିଫ୍। ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଛି ପାକିସ୍ତାନ। ବାଛି ବାଛି ଭାରତର ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ୍ କରୁଛି ପାକିସ୍ତାନ। ଏନେଇ ପ୍ରେସମିଟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଦେଲେ ସୂଚନା।

ପାକିସ୍ତାନ ଭାରତର ଗୁରୁଦ୍ୱାର ଓ ଚର୍ଚ୍ଚ ଉପରେ ଆକ୍ରମଣ କରୁଛି। ଏକ ଖ୍ରୀଷ୍ଟିଆନ୍ ସ୍କୁଲକୁ ଟାର୍ଗେଟ୍ କରିଛି ପାକିସ୍ତାନ।

ଯେଉଁଥିରେ ୨ ଜଣ ପ୍ରାଣ ହରାଇଛନ୍ତି। ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ।୭-୮ ତାରିଖ ରାତିରେ ପାକିସ୍ତାନ ଭାରତର ଏକାଧିକ ସ୍ଥାନରେ ଆକ୍ରମଣ କରିଛି। ବିସ୍ତୃତ ସୂଚନା ଦେଲେ କର୍ଣ୍ଣେଲ ସୋଫିଆ କ୍ୟୁରେସି। ଆମ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରିଛି ପାକିସ୍ତାନ। LOCରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିଛି। ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଛି ଭାରତ। ଅନୁପ୍ରବେଶ ଉଦ୍ୟମ ମଧ୍ୟ କରିଥିଲା ପାକିସ୍ତାନ।

Leave a Reply

Your email address will not be published. Required fields are marked *