Spread the love

ଜାତୀୟ ଯୁବ ଦିବସ ଅବସରରେ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ଢେଙ୍କାନାଳ ଟାଉନ ହଲ ଠାରେ ଆୟୋଜିତ ରକ୍ତଦାନ ଶିବିର କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ଼ ଅଶୋକ କୁମାର ଦାସ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ.
ଉପସ୍ଥିତ ଥିବା ଯୁବଗୋଷ୍ଟି ଙ୍କୁ ସ୍ୱାମୀ ବିବେକାନନ୍ଦ ଙ୍କ 160 ତମ ଜୟନ୍ତୀ ଉପଲକ୍ଷେ ପାଳିତ ହେଉଥିବା ଯୁବ ଦିବସରେ ତାଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦେଶ ଗଠନ ରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ.ସମାନିତ ଅତିଥି ଭାବରେ ପୌରପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତରୁଣ କୁମାର ମହାପାତ୍ର ଓ ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ. ଏହି ରକ୍ତଦାନ ଶିବିର କୁ ଅମରେନ୍ଦ୍ର ଖୁଣ୍ଟିଆ, ସୁବୋଧ ସିଂ ଓ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ.
ଶିବିର ରେ 201 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଓ ରକ୍ତଦାତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡ଼ ଜୟନାରାୟଣ ପାଢ଼ୀ ଡ଼ ପ୍ରେମାନନ୍ଦ ସାହୁ ଟେକନିସିଆନ ପରମାନନ୍ଦ ପଣ୍ଡା ତପନ କୁମାର ଜେନା ବରୁଣ ସାହୁ ଅଜୟ ସ୍ୱାଇଁ ସହଯୋଗ କରିଥିଲେ.ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ସଭାପତି ରାଜେନ୍ଦ୍ର ଦାସ.ରୋଟାରି କ୍ଳବ ପକ୍ଷରୁ ଦେବବ୍ରତ ଭଟ, ରାଜକିଶୋର ବେହେରା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଯୋଗିନାଥ ମହାନ୍ତି ଥୀଙ୍କରସ ଫୋରମ ପକ୍ଷରୁ ସୋମେନ୍ଦ୍ର ଶତପଥି ପ୍ରମୁଖ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *