Spread the love

ସାଉଥ୍ ଆଫ୍ରିକାରେ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଶାଖାର ଉଦ୍ଘାଟନ ସହ ପାଳିତ ହେଲା ଦ୍ଵାଦଶ ତମ ଜନ୍ମ ଦିବସ।

ଜାତି, ଧର୍ମ,ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ଆମେ ସମସ୍ତେ ମାନବ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୁକ୍ତାତ୍ମକ ଓ ଗଠନାତ୍ମକ ବିଚାର ଧାରାରେ କାର୍ଯ୍ୟ କରି ସୁସ୍ଥ ଓ ସୁନ୍ଦର ବିଶ୍ଵ ଗଠନ କରିବା ଆମର ପରମ କର୍ତ୍ତବ୍ୟ।ବିଶ୍ୱରେ ସାମାଜିକ ଓ ସାଂସ୍କୃତିକ ଜାଗରଣ ମାଧ୍ୟମରେ ଅପରାଧ ପ୍ରବଣତାର ଲୋପ ସହ ମାନବବାଦର ପ୍ରଚାର ତଥା ପ୍ରସାର କରିବା ଆମର ଲକ୍ଷ୍ୟ। ଏହି ଲକ୍ଷ୍ୟ ନେଇ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ଠାରେ ଗଢି ଉଠିଛି ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନେତୃତ୍ବରେ ବିଭିନ୍ନ ଦେଶରେ ଶାଖା କାର୍ଯ୍ୟାଳୟ ମାଧ୍ୟମରେ ଆର୍ଯ୍ୟାବର୍ତ୍ତନ ସଭ୍ୟତାର ବିଚାରଧାରାକୁ ପ୍ରତିଷ୍ଠିତ କରିବା ଉଦ୍ଦେଶ୍ୟରେ ଶାଖା କାର୍ଯ୍ୟାଳୟମାନ ଖୋଲା ଯାଉଥିବା ବେଳେ ଆଜି ସାଉଥ୍ ଆଫ୍ରିକାର *ଜିକ୍ୱାଲିଲ୍*
ଠାରେ ସାଉଥ୍ ଆଫ୍ରିକା ରାଷ୍ଟ୍ରୀୟ ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଅଛି।ଏହି ଅବସରରେ ସାଉଥ୍ ଆଫ୍ରିକାର ରାଷ୍ଟ୍ରୀୟ ସଂଯୋଜକ ମାଗ୍ଜି ଭୂୟାନିଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅନଲାଇନ୍ ମାଧ୍ୟମରେ ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟାଳୟର ଉଦ୍ଘାଟନ କରିଥିଲେ। ପରେ ପରେ ଆୟୋଜିତ ଉଦ୍ଘାଟନୀ ସଭାରେ ଅତିଥି ତଥା ଆଲୋଚକ ଭାବରେ *ମାଡୋଡ଼ା ମଟସହିନ୍ତି, ଗ୍ଲୋରିଆ ନୋଙ୍କୁଲୁଲେକୋ ଏନ୍ଦାଉଲେ, ନୋମଜୀମଖଲୁଲୁ ଏନ୍ଦାଉଲେ, ୟୋଲିସା ଙ୍କ୍ୱାଥା, ସିନୋ ଭୂୟୋ ମବାଣ୍ଡଲା* ଆଦି ଯୋଗଦାନ କରି ସାଉଥ୍ ଆଫ୍ରିକାର ପ୍ରତ୍ୟକ ଅଞ୍ଚଳରେ ଚିନ୍ମୟ ଫାଉଣ୍ଡେସନର ବିଚାରଧାରାକୁ ପ୍ରତିଷ୍ଠିତ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଗାଆଁ ପ୍ରତିଭା ମାନଙ୍କ ଦ୍ଵାରା ସେମାନଙ୍କ ଉଦ୍ୟୋଗିକ ଓ ସାଂସ୍କୃତିକ କୃତିତ୍ୱର ପ୍ରଦର୍ଶନ କରାଯିବାସହ ଦୁଃଖୀ,ଗରିବ,ଅସହାୟ ମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।
ଏହି ଅବସରରେ କର୍ମକର୍ତ୍ତା ମାନଙ୍କ ଦ୍ଵାରା ଫାଉଣ୍ଡେସନର ଦ୍ଵାଦଶ ବାର୍ଷିକ ଜନ୍ମ ଦିବସ ପାଳନ ସହ ସମୂହ ଦୀପ ଦାନ, ସମୂହ ପ୍ରାର୍ଥନା ଆଦି କରାଯାଇଥିବାର ଦେଖିବାକୁ ମିଳିଛି।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *