Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସାଙ୍କୁଡା ଠାରେ ବସ୍ ଦୁର୍ଘଟଣାରେ ବୃଦ୍ଧା ଗୁରୁତର 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର : ( ୩୧. ୦୩. ୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସାଙ୍କୁଡା ବଜାର ଉପରେ ଆଜି ମଧ୍ୟାହ୍ନରେ ଏକ ବସ୍ ଜଣେ ବୁଢ଼ୀ ଉପରେ ମାଡି ଯିବାରୁ ବୁଢ଼ୀଙ୍କର ଗୋଡ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଆଉ ଏକ ଗୋଡ଼ର ଜଙ୍ଘ ମଧ୍ୟ ଆହତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବାବା ଆଖଣ୍ଡଳମଣି ନାମକ ଏକ ବସ୍ ବେଗୁନିଆପଡାରୁ ସାଙ୍କୁଡା ଅଭିମୁଖେ ଯାଉଥିବା ବେଳେ ସାଙ୍କୁଡା ଠାରେ ସେହି ଗ୍ରାମର ବାସନ୍ତୀ ସାହୁ(୭୫) ନାମକ ଜଣେ ବୃଦ୍ଧା ବସରୁ ଓହ୍ଲାଇ ହଠାତ ଭାରସାମ୍ୟ ହରାଇ ପଡିଯାଇଥିଲେ ସେତେବେଳକୁ ବସ୍ ଛାଡିଦେଇଥିବା ବେଳେ ବୁଢ଼ୀର ବାମ ଗୋଡଟି ଚକା ତଳେ ଚାପି ହୋଇଯାଇଥିଲା ।ଏହା ସହ ଡାହାଣ ଗୋଡଟି ମଧ୍ୟ ଆଘାତ ପାଇଥିଲା।ଗୁରୁତର ଅବସ୍ଥାରେ ବୁଢ଼ୀକୁ ତୁରନ୍ତ ସୁମଣ୍ଡଳ ମେଡିକାଲରେ ଭର୍ତ୍ତିକରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।