Spread the love

ସାବିତ୍ରୀ ପୂର୍ବରୁ ଆକାଶଛୁଆଁ ଫଳ ଦର….

କେବଳ ଆମ୍ବକୁ ଛାଡିଲେ ଦେଢସହ ପାର କରିଲାଣି ଅନ୍ୟସବୁ ଫଳ। ଦର ଉଚ୍ଚା ରହିଥିଲେ ବି ଆମ ଢେଙ୍କାନାଳରେ ସାବିତ୍ରୀ ପାଇଁ ଫଳ କିଣିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।
ସାବିତ୍ରୀ ପୂର୍ବରୁ ଫଳ ବଜାରରେ ନିଆଁ। ଆମ୍ବକୁ ଛାଡିଲେ ଦେଢ଼ସହ ପାର କରିଛି ଅନ୍ୟ ଫଳମୂଳର ଦର। ଓଡିଆ ସଧବା ନାରୀମାନଙ୍କର ବଡ ବ୍ରତ ସାବିତ୍ରୀ। ଆଗକୁ ସାବିତ୍ରୀ ଥିବାରୁ ଫଳ ବଜାର ରେ ଭିଡ ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତ ପାଇଁ ବିଭିନ୍ନ ଫଳ ଆବଶ୍ୟକ ହେଉଥିବାରୁ ଦର ଉଚ୍ଚା ଥିଲେ ମଧ୍ୟ ବିଧି ରକ୍ଷା ପାଇଁ ଫଳ କିଣିବା କୁ ପଡ଼ିବ।
ଏପଟେ ସାବିତ୍ରୀ ପାଇଁ ସବୁ ଫଳର ଚାହିଦା ରହିଥିବାରୁ ଗୋଦାମରୁ ଉଚ୍ଚା ରେଟରେ କିଣି ଉଚ୍ଚା ରେଟରେ ବିକ୍ରି କରିବାକୁ ପଡୁଛି ବୋଲି କହିଛନ୍ତି ଖୁଚୁରା ଫଳ ବ୍ୟବସାୟୀ। ଆଜି ଫଳ ବଜ଼ାରରେ ଆମ୍ବକୁ ଛାଡ଼ି ପ୍ରାୟ ସବୁ ଫଳ ୧୫୦ ପାର କରିଛି। ସେହିଭଳି କଦଳୀ ଡର୍ଜନ ପିଛା ୮୦-୧୦୦ ରହିଛି। ଲିଚୁକୋଳି ଦର କିଲୋ ପିଛା ୧୮୦ ଥିବା ବେଳେ ସେଓ ୨୫୦ ରହିଛି କମଳା ୧୫୦, ଡାଳିମ୍ବ କିଲୋ ,୨୫୦ ସେହିଭଳି ଅଙ୍ଗୁର କିଲୋ ପ୍ରତି ୧୨୦ ରହିଛି ।

Leave a Reply

Your email address will not be published. Required fields are marked *