Spread the love

(-ଜଗତସିଂହପୁରରେ ବିଶ୍ୱ ଆର୍ଟ ଅଫ ଗିଭିଂ ଦିବସ ପାଳିତ)
ଜଗତସିଂହପୁର
ତା =17/5/23
ସମାଜରେ ପରସ୍ପରକୁ ସାହାର୍ଯ୍ୟ,ସହଯୋଗ ,ଶାନ୍ତି ,ମୈତ୍ରୀ ଓ ସୋହାର୍ଦ୍ୱ ବାଣ୍ଟିବା ପାଇଁ ୨୦୧୩ ମସିହା ମେ ୧୭ ତାରିଖଠାରୁ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ବ କରାଯାଇଥିବା ଆର୍ଟ ଅଫ ଗିଭିଂ ଏବେ ସାରା ବିଶ୍ୱରେ ଆଦୃତଲାଭ କରିଛି ।
ଏହି ଅବସରରେ ଜଗତସିଂହପୁର ଜିଲ୍ଲା ସଦରମହାକୁମାସ୍ତିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନଠାରେ ୧୦ମ ବିଶ୍ୱ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି ।ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଯୋଗଦେଇ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଏଭଳି ନିଆରା ବିଶ୍ୱବ୍ୟାପି ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ,ଜଗତସିଂହପୁର ବ୍ଲକ ଅଧ୍ୟକ୍ଷ୍ୟା କନକପ୍ରଭା ଲେଙ୍କା , ବିଶିଷ୍ଟ ସମାଜସେବୀ ବିନାୟକ ପଟନାୟକ ,ବରିଷ୍ଠ ଆଇନଜୀବୀ ଦୋଳଗୋବିନ୍ଦ ଦାସ ପ୍ରମୁଖ ଯୋଗଦେଇ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଏଭଳି ନିଆରା ପଦକ୍ଷେପକୁ ପ୍ରଶଂସା କରିଥିଲେ ଓ ଆର୍ଟ ଅଫ ଗିଭିଂର ଆଭିମୁଖ୍ୟ ସମ୍ପର୍କରେ ମତପୋଷଣ କରିଥିଲେ । ଏହି ଅବସରରେ ସମାଜରେ ନିରନ୍ତର ସେବା ଯୋଗାଉଥିବା ଆଶାକର୍ମୀ ,ସଫେଇକର୍ମଚାରୀ ,ଟ୍ରାଫିକ ପୋଲିସ ,ଆମ୍ବୁଲାନ୍ସ ଡ୍ରାଇଭର ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୀଟ କର୍ମଚାରୀ ସଂଜୀବ କୁମାର ମହାନ୍ତି ,ଅଞ୍ଜନ ମିତ୍ର,ଅମିତାଭ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ଶୁଭଙ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ଜଗତସିଂହପୁରରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *