Spread the love

ଯାଜପୁର: ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗିରଫ କରାଯାଇଛି।ଆବାସ ଯୋଜନା ତଦନ୍ତ ସମୟରେ ଅଧିକାରୀ ମଦ ପିଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା।

ଗିରଫ ଅଧିକାରୀ ଜଣକ ବିତନା ପିଇଓ ଶୁଶାନ୍ତ ସାହୁ ବୋଲି ଜଣାପଡି ଲଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବାକୁ କହିବାରୁ ସାମ୍ବାଦିକ ରଣପ୍ରତାପ ମହାପାତ୍ରଙ୍କୁ ସେ ଗାଳିଗୁଲଜ କରିବା ସହ ଫୋନରେ ହତ୍ୟା ଧମକ ମଧ୍ୟ ଦେଇଥିଲେ।

ଯାହା ପରେ ବିଞ୍ଝାରପୁର ଥାନାରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା।ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ଘଟଣା ରାଜ୍ୟ ଗୃହ ବିଭାଗର ଦୃଷ୍ଟିକୁ ଆସିବା ପରେ ମାମଲା ଆହୁରି ଉଗ୍ର ହୋଇପଡ଼ିଥିଲା। ଏପରିକି ଜିଲ୍ଲା ପୋଲିସ ଅଧିକ୍ଷକଙ୍କୁ ମାମଲାର ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ତେବେ ଏନେଇ ବିଞ୍ଝାରପୁରର ସାମ୍ବାଦିକମାନେ ପ୍ରତିବାଦ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ନ କଲେ ଅନଶନ କରିବାକୁ ଧମକ ଦେଇଥିଲେ। ପୋଲିସ ପିଇଓଙ୍କୁ ଗିରଫ କରି ମାମଲା ରୁଜୁ କରିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *