Spread the love

ସାମ୍ବାଦିକ ମନୋଜ କୁମାର ଦାସଙ୍କ ବିୟୋଗ ରେ ସାମ୍ବାଦିକ ମାନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।

କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ପୌରପାଳିକାର ୧୭ ନମ୍ବର ୱାର୍ଡ ରେ ହୃଦଘାତରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ସ୍ଵର୍ଗତ ମନୋଜ କୁମାର ଦାସ ଙ୍କ ଉଦ୍ଦେଶ୍ୟରେ ଚୌଦ୍ୱାର ସ୍ଥିତ ହିନ୍ଦ୍ ସେବକ ସଙ୍ଘ ଠାରେ ସମସ୍ତ ସାମ୍ବାଦିକ ଦ୍ଵାରା ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଚୌଦ୍ୱାର ପ୍ରେସ କ୍ଲବ ପକ୍ଷରୁ ଏହି ସଭା ଟି ଅୟୋଜନ କରାଯାଇଥିଲା। ଏହି ସଭାରେ ହିନ୍ଦ୍ ସେବକ ସଙ୍ଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଚୌଦ୍ୱାର ପ୍ରେସ କ୍ଲବ ର ସଭାପତି ଦାମୋଦର ସାହୁ ମୁଖ୍ୟଅତିଥି ଭାବେ ଶ୍ରଦ୍ଧାଞ୍ଜଳି ସଭା ରେ ଯୋଗ ଦେଇଥିଲେ। ଅନ୍ୟ ମାନଂକ ମଧ୍ୟରେ ଚୌଦ୍ୱାର ପୌରପାଳିକା ର ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର , ଚୌଦ୍ୱାର ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ପ୍ରଫୁଲ କୁମାର ସାହୁ, ବୈରାଗୀ ଚରଣ ପ୍ରଧାନ, ଶିକ୍ଷାବିତ ସିବନାରାୟନ ପତି, ସୌରେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଥିଲେ। ପ୍ରେସ କ୍ଲବ ର ସମ୍ପାଦକ ଗଙ୍ଗାଧର ସାହୁ ଏହି ଶ୍ରଦ୍ଧାଞ୍ଜଳି ସଭା ଟିକୁ ପରିଚାଳନା କରିଥିଲେ। ସ୍ଵର୍ଗତ ମନୋଜ କୁମାର ଦାସ ଚୌଦ୍ୱାର ପ୍ରେସ କ୍ଲବ ର ପ୍ରତିଷ୍ଠାତା ସଦସ୍ୟ ଥିଲେ। ସମସ୍ତ ଅତିଥି ତାଙ୍କ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ ସେ ଜଣେ ନିଷ୍ଠାପର ଓ ପରୋପକାରୀ ବ୍ୟକ୍ତି ଥିଲେ ବୋଲି କହିଥିଲେ। ସେ ଧରିତ୍ରୀ ,ଅନୁପମ ଭାରତ, ଏବଂ ପ୍ରଗତିବାଦୀ ଭଳି ଖବର କାଗଜ ରେ ଗଣମାଧ୍ୟମ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ।
ଏହି ଅବସରରେ ଶିଶୁସଦନ ର ଅନ୍ତେବାସୀଙ୍କ ଦ୍ବାରା ସମୂହ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ଚୌଦ୍ବାର ଅଞ୍ଚଳର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜ୍।

Leave a Reply

Your email address will not be published. Required fields are marked *