Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସାରନାଧର୍ମ କୋଡ ଲାଗୁ ପାଇଁ ଆଦିବାସୀଙ୍କ ଶୋଭାଯାତ୍ରା

 

ଜେ. ବି. ଏନ୍ (୧୧/୦୧ /୨୦୨୧), ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାଠାରେ ଆଦିବାସୀମାନଙ୍କ ପକ୍ଷରୁ ଆଗାମୀ ଜନଗଣନାରେ ଧର୍ମ କୋଡ୍ ‘ସାରନାଧର୍ମ’ କୋଡ ଲାଗୁ କରିବା ଓ ଅନ୍ୟାନ୍ୟ ଦାବୀ ନେଇ ବ୍ଲକ ସଭାପତି ନିମାଇଁ ମୁର୍ମୁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ବିଡ଼ିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଦିବାସୀଙ୍କ ମୌଳିକ ସମସ୍ୟା ୫ମ ଅନୁସୂଚି ଅଞ୍ଚଳରେ ପେସା ଆଇନକୁ ସରକାର କାର୍ୟ୍ୟକାରୀରେ ଅବହେଳା କରିବା ଆଦିବାସୀଙ୍କୁ ଉନ୍ନୟନମୂଳକ କାର୍ୟ୍ୟ ଉପରେ ଶୋଷଣ ଆଦି ବିଭିନ୍ନ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଶୋଭାଯାତ୍ରାକୁ ସୁଦାମ ମାଝୀ, ଘସିରାମ ହାସଁଦା, ରଘୁନାଥ ମୁର୍ମୁ ସମ୍ପାଦକ ସୁରେନ୍ଦ୍ର ନାଥ ହାସଁଦାଙ୍କ ସହଯୋଗରେ ଶତାଧିକ ଆଦିବାସୀ ମହିଳା ପୁରୁଷମାନେ ଠାକୁରମୁଣ୍ଡା ହାଟ ପଡିଆ ଠାରେ ଏକତ୍ରିତ ହୋଇ ବିଭିନ୍ନ ଦାବୀ ନେଇ ସ୍ଲୋଗାନ ଦେଇ ଠାକୁରମୁଣ୍ଡା ବ୍ଲକ ସମ୍ମୁଖରେ ପହଞ୍ଚି ବିଡ଼ିଓଙ୍କୁ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ୟେଶ ରେ ପ୍ରଦାନ କରିଥିଲେ। ଦାବିପତ୍ରରେ ଆଦିବାସୀମାନଙ୍କୁ ସାରନା ଧର୍ମ କୋଡ଼ ପ୍ରଦାନ, ହୋ ଭାଷାକୁ ଅଷ୍ଟମ ଅନୁଛେଦରେ ସାମିଲ କରିବା, ସମ୍ବିଧାନର ପଞ୍ଚମ ଅନୁସୂଚିକୁ ଲାଗୁ କରିବା, ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬କୁ ଲାଗୁ କରି ଆଦିବାସୀମାନଙ୍କ ଜଙ୍ଗଲ ଜମି, ପୂଜା ସ୍ଥଳୀ ପାଇଁ ପଟ୍ଟା ପ୍ରଦାନ ସହ ଆଦିବାସୀଙ୍କ ବିସ୍ଥାପନକୁ ବନ୍ଦ କରିବାକୁ ଦାବୀ କରାଯାଇଛି।