Warning : Attempt to read property "post_excerpt" on null in
/home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line
116
ସେନାବାହିନୀରେ ନିଯୁକ୍ତି ନିମନ୍ତେ ପ୍ରାକ ତାଲିମ ଶିବିର
(ଜେ. ବି. ଏନ୍ /ସୁଶାନ୍ତ କୁମାର) ୧୧/୦୧ /୨୦୨୧
ଅନୁଗୋଳ – ସେନାବାହିନୀରେ ନିଯୁକ୍ତି ନିମନ୍ତେ ଆସନ୍ତା ମାର୍ଚ୍ଚ ୨ ତାରିଖ ଠାରୁ ୧୧ ତାରିଖ ଦଶ ଦିନ ଧରି ନିଯୁକ୍ତି ରାଲି ଅନୁଷ୍ଠିତ ହେବ ।
ଆବଶ୍ୟକ ଯୋଗ୍ୟତା ଥିବା ଜିଲ୍ଲାର ପ୍ରାର୍ଥୀ ମାନଙ୍କ ପାଇଁ ପ୍ରାକ ତାଲିମ ଶିବିର ଜାନୁଆରୀ ୨୭ ତାରିଖଠାରୁ ଫେବୃଆରୀ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ଆବଶ୍ୟକୀୟ ତାଲିମ ଶିବିରରେ ପ୍ରାର୍ଥୀ ମାନଙ୍କୁ ମାଗଣାରେ ତାଲିମ ପ୍ରଦାନ କରିଯିବ । ପ୍ରାର୍ଥୀ ମାନଙ୍କର ବୟସ ୧୭ ବର୍ଷରୁ ୨୩ ବର୍ଷ ମଧ୍ୟରେ , ଉଚ୍ଚତା ୧୬୨ ସେଣ୍ଟିମିଟରରୁ ୧୭୦ ସେଣ୍ଟିମିଟର ମଧ୍ୟରେ ଏବଂ ଦଶମ ଶ୍ରେଣୀରେ ଅନ୍ତତଃ ୪୫ ପ୍ରତିଶତ ନମ୍ବର ଓ ଦ୍ଵାଦଶ ଶ୍ରେଣୀରେ ଅନ୍ତତଃ ୫୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ପ୍ରାର୍ଥୀ ମାନେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତାର ମୂଳ ପ୍ରମାଣ ପତ୍ର ସହିତ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ , ଅନୁଗୋଳକୁ ଆସି ଜାନୁଆରୀ ମାସ ୧୮ ତାରିଖରୁ ୨୫ ତାରିଖ ମଧ୍ୟରେ ନାମ ପଞ୍ଜୀକରଣ କରିପାରିବେ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୂଚନା ଦେଇଛନ୍ତି । ତାଲିମ ଶିବିରରେ ଅଂଶ ଗ୍ରହଣ ନିମନ୍ତେ ଆବଶ୍ୟକ ଯୋଗ୍ୟତା ସହିତ କୋଭିଡ ନିୟମାବଳୀର ଅନୁପାଳନ ବାଧ୍ୟତାମୂଳକ ଅଟେ।
Post Views: 1
Post navigation