Spread the love

ସାରା ଓଡ଼ିଶା ବୁଲି ଶେଷରେ ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଛି ବିଶ୍ୱକପ୍ ଟ୍ରଫି। ରାଉରକେଲାର ବେଦବ୍ୟାସ ପୀଠରୁ ଟ୍ରଫିକୁ ଏକ ବିଶାଳ ଶୋଭାଯାତ୍ରାରେ ରାଉରକେଲା ସହର ପରିକ୍ରମା କରାଯାଉଛି। ଟ୍ରଫିକୁ ସ୍ୱାଗତ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ବେଦବ୍ୟାସ ପୀଠରେ ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରିଥିଲେ। ମାସ୍କଟ ‘ଓଲି’ ଟ୍ରଫି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି। ବେଦବ୍ୟାସ ପୀଠରେ ପୂଜାର୍ଚ୍ଚନା ଏବଂ ବେଦପାଠ ପରେ ରାଉରକେଲାରେ ଟ୍ରଫି ଟୁର୍ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *