Spread the love

ସାହିତ୍ୟ ଘର ପକ୍ଷରୁ ବିଷୁବ ମିଳନ

ତାଳଚେର, ୨୨/୦୪ ତାଳଚେର ବ୍ଲକ ସାଉଥବଲଣ୍ଡ ସାହିତ୍ୟ ଘର ପକ୍ଷରୁ ମହାବିଷୁବ ମିଳନ ଓ କବିତା ପାଠୋତ୍ସବ ସାଉଥବଲଣ୍ଡାସ୍ଥିତ ଆଇଏନଟିୟୁସି କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସାହିତ୍ୟ ଘରର ସଭାପତି ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ,ମୁଖ୍ୟ ବକ୍ତା ଭାବରେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗର ମୁଖ୍ୟ ତଥା ସାହିତ୍ୟିକ ଡ.ପ୍ରଶାନ୍ତ କୁମାର ରଥ ,ସମ୍ମାନୀତ ଅତିଥି ଭାବରେ ବର୍ଣ୍ଣାଳୀ ସାହିତ୍ୟ ସଂସଦର ସଭାପତି ଆଇନଜୀବୀ ଯଦୁମଣି ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାହିତ୍ୟ ଘରର ଯୁଗ୍ମ ସଂପାଦକ ହରିହର ଭୂକ୍ତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ବିଭୂତି ଭୂଷଣ ସ୍ୱାଇଁ ବିଷୁବ ମିଳନ ପାଳନର ଆଭିମୁଖ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ “ଓଡିଆ ସାହିତ୍ୟର ଉତ୍ତରଣରେ ବିଷୁବ ମିଳନର ଭୂମିକା” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ନିଜ ବକ୍ତବ୍ୟରେ ବିଷୁବ ମିଳନ ଓଡିଆ ସାହିତ୍ୟ କ୍ଷେତ୍ରରେ ଏକ ପ୍ରେରଣାର ଉତ୍ସ ତଥା ଏହି ଦିନଟିକୁ ସମସ୍ତ ଓଡିଆ ନବ ବର୍ଷ ଭାବରେ ପାଳନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହାସହିତ ସାଉଥବଲଣ୍ଡା ସାହିତ୍ୟ ଘର ଆନୁକୂଲ୍ୟରେ ପ୍ରକାଶିତ ତ୍ରୈମାସିକ ଇ-ପତ୍ରିକା ‘ଆମ ଭାଷାର ଉଚ୍ଛ୍ୱାସ ପ୍ରତିଭାସ’ ଓ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ, ଗୋପାଳପ୍ରସାଦ ପକ୍ଷରୁ ପ୍ରକାଶିତ ବାର୍ଷିକ ଆଧ୍ୟାତ୍ମିକ ପତ୍ରିକା ‘ମା ହିଙ୍ଗୁଳା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

Leave a Reply

Your email address will not be published. Required fields are marked *