Spread the love

ରାଜ୍ୟ ସ୍ତରୀୟ ଅଖିମୁଠି ଅନୁକୂଳ କଲେ ରାଜ୍ୟ କୃଷକ କଂଗ୍ରେସ୍ ସଭାପତି

ତାଳଚେର:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ତାଳଚେର ବ୍ଲକ ଧରମପୁର ପଂଚାୟତ ସରେଇଲ ଗ୍ରାମରେ ରାଜ୍ୟ ସ୍ତରୀୟ ଅଖିମୁଠି ଅନୁକୂଳ କଲେ ରାଜ୍ୟ କୃଷକ କଂଗ୍ରେସ୍ ସଭାପତି ଅଭୟ ସାହୁ । ରାଜ୍ୟ କୃଷକ ସେଲ୍ ତରଫରୁ ରାଜ୍ୟ ସଂଯୋଜକ ଦାଶରଥି ସାହୁଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ କୃଷକ କଂଗ୍ରେସ୍ ସଭାପତି ଅଭୟ ସାହୁ ଓ ସମ୍ମାନୀତ ଅତିଥି ଭାବେ ରାଜ୍ୟ ଉପସଭାପତି କାର୍ତିକ ବରାଳ ଯୋଗଦେଇ ପାରମ୍ପରିକ ରୀତିନୀତି ଅନୁସାରେ ନୂତନ ବର୍ଷରେ କିପରି ଚାଷୀମାନେ କୃଷି ଉତ୍ପାଦନ ଶୁଭାରମ୍ଭ କରି ମୁଠି ଅନୁକୂଳ କରି ମାଟି ପୂଜା କରି ଭଲ ଫସଲ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ରାଜ୍ୟ କୃଷକ କଂଗ୍ରେସ୍ ସଭାପତି ଶ୍ରୀ ସାହୁ କହିଲେ ଯେ, ଚାଷୀ ମାନେ କିପରି ଧାନକୁ ଠିକ୍ ମୂଲ୍ୟରେ ବିକ୍ରୟ କରିବେ ଏବଂ ସାର କିପରି ସରକାର ଯୋଗାଇଦେବେ ସେ ବିଷୟରେ କହିବା ସହ ଅଧିକ ଅମଳ ପାଇଁ ଉପଯୁକ୍ତ ସମୟରେ ପାଣି କିପରି ସରକାର ଯୋଗାଇଦେବେ ଲୋକମାନଙ୍କୁ ବୁଝାଇଥିଲେ । ରାଜ୍ୟ ଉପସଭାପତି ଶ୍ରୀ ବରାଳ ଜଳ ଜମି ବିଷୟରେ ସଚେତନ କରିଥିଲେ । ଏଠାରେ ଗଢ଼ି ଉଠିଥିବା କଳକାରଖାନାରେ ଉପଯୁକ୍ତ ନିଯୁକ୍ତି, କ୍ଷୟକ୍ଷତି ଓ ଲୋକଙ୍କ ମୌଳିକ ସୁବିଧା ନମିଳିବା ପର୍ଯ୍ୟନ୍ତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା କଂଗ୍ରେସ୍ ସଭାପତି ସୁନିଲ୍ ପ୍ରଧାନ, ରାଜ୍ୟ କୃଷି ଉପସଭାପତି ଉମେଶ ସାହୁ, ଜିଲ୍ଲା କୃଷକ ସଭାପତି ସମରେନ୍ଦ୍ର ଦେହୁରୀ, ନଗର କଂଗ୍ରେସ୍ ସଭାପତି ପ୍ରଫୁଲ ଦାସ, ବ୍ଲକ କୃଷକ ସଭାପତି ସୁଧିର ବେହେରା, ନଗର କୃଷକ ସଭାପତି ସନ୍ତୋଷ ମହାରଣା, ଅନୁଗୋଳ ବ୍ଲକ ସଭାପତି ରାକେଶ ମିଶ୍ର, ପୂର୍ବତନ ଯୁବ ସଭାପତି ଜିନେଶ ସାହୁ, ଅଶୋକ ଦାସ, ଛେଣ୍ଡିପଦା, ଅନୁଗୋଳ, କଣିହାଁ, ବଅଁରପାଳ ବ୍ଲକ କୃଷକ ସଭାପତି ମାନେ ଉପସ୍ଥିତ ରହି ଥିଲେ । ଏହି ଅବସରରେ କୃଷକ ମାନଙ୍କୁ ଉତରୀୟ ଦେଇ ସମ୍ମାନୀତ କରାଯାଇଥିଲା । ଶେଷରେ ଅନୁଗୋଳ କଂଗ୍ରେସ୍ ସଭାପତି ସୁନିଲ୍ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *