Spread the love

ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ମାଘ ମାସର ଭୌମୀ ବଡ଼ ଏକାଦଶୀ ନୀତି ପାଳିତ

ଢ଼େଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ମାଘ ମାସର ଭୌମୀ ବଡ଼ ଏକାଦଶୀ ନୀତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହା ସ୍ନାନ ବସ୍ତ୍ର ତୁଳସୀ ହାର ଫୁଲ ହାର,ବଲ୍ଲଭ ଭୋଗ ୧୦ ବେଳେ ଖେଚେଡ଼ି ଭୋଗ ମଧ୍ୟାହ୍ନ ରେ ଅର୍ଣଧୂପ ସନ୍ଧ୍ୟାରେ ଆଳତି , ରାତ୍ର ରେ ରାତ୍ର ଧୂପ ପରେ ଏକାଦଶୀ ବେଢ଼ା ମହାଦୀପ ମନ୍ଦିର ଉପରକୁ ଉଠିବା ପରେ ପହଡ଼ ପଡ଼ିବ ।ପୂଜକ ମଳୟ କର ,ପୂଜକ ମନସୁମନ୍ ମିଶ୍ର ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଓ ବ୍ରଜମୋହନ ମହାପାତ୍ର ,କହାଳିଆ ଟିକନ୍ ବେହେରା ମନ୍ଦିରର ଜୀମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ଭୌମୀ ବଡ଼ ଏକାଦଶୀ ନୀତି ପାଳିତ ହୋଇଯାଇଛି

Leave a Reply

Your email address will not be published. Required fields are marked *