Spread the love

ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପୁତ୍ରଦା ଏକାଦଶୀ ନୀତି ପାଳିତ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ଆଜି ପବିତ୍ର ଶ୍ରାବଣ ମାସର ପୁତ୍ରଦା ଏକାଦଶୀ ନୀତି ଯଥାବିଧି ପାଳିତ ହୋଇଯାଇଛି।

ପ୍ରାତଃ ସମୟରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ସ୍ନାନ, ବସ୍ତ୍ର ପରିଧାନ, ତୁଳସୀ ହାର ଓ ପୁଷ୍ପ ହାର ଲାଗି କରାଯାଇଥିଲା। ଏହାପରେ ବଲ୍ଲଭ ଭୋଗ ଅର୍ପଣ କରାଯାଇଥିଲା। ସକାଳ ପ୍ରାୟ ୧୦ଟା ସମୟରେ ଖେଚେଡ଼ି ଭୋଗ ଏବଂ ମଧ୍ୟାହ୍ନରେ ଅନ୍ନଧୂପ ନୀତି ସମ୍ପନ୍ନ ହୋଇଥିଲା।

ସନ୍ଧ୍ୟା ସମୟରେ ଆଳତି ଏବଂ ରାତ୍ରିରେ ରାତ୍ରଧୂପ ନୀତି ପାଳନ କରାଯିବ। ଏକାଦଶୀ ବେଢ଼ା ମହାଦୀପ ମନ୍ଦିର ଉପରକୁ ଉଠିବା ପରେ ମହାପ୍ରଭୁଙ୍କ ପହଡ଼ ନୀତି ସମ୍ପନ୍ନ ହେବ।

ଏହି ପବିତ୍ର ପୂଜାର୍ଚ୍ଚନା ପୂଜକ ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ଏବଂ ମନ୍ଦିରର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଶ୍ରଦ୍ଧା ଓ ଭକ୍ତିର ସହିତ ସମ୍ପନ୍ନ ହୋଇଛି।

ପୁତ୍ରଦା ଏକାଦଶୀ ଅବସରରେ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ମହାପ୍ରଭୁ ସିଦ୍ଧ ବଳରାମଜୀଉଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *