Spread the love

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ।

ଢେଙ୍କାନାଳ ୨୬/୦୮: ଆଜି ଢେଙ୍କାନାଳ ସହର ସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଗଣରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତି ଦେହୁରୀ ଙ୍କ ଅଧ୍ୟକ୍ଷତାରେ ଏକ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ବିଭିନ୍ନ ପାଠ୍ୟ ଓ ପାଠ୍ୟବ୍ୟବହାର ବିଷୟକୁ ନେଇ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ କରିଥିଲେ ‌ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ଅନୁଷ୍ଠାନୀକ ଭାବେ ଉଦଘାଟନ କରିବା ପରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ବୁଲି ଦେଖିଥିଲେ। ଉକ୍ତ ଉତ୍ସବ ରେ ମୁକାଦେଇପୁର କ୍ଲଷ୍ଟରରେ ନୂତନ ଭାବେ ଯୋଗଦାନ କରିଥିବା ସାଧନ ସଂଯୋଜିକା ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡା ପିଲାମାନଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଶିକ୍ଷୟତ୍ରୀ ପ୍ରଣତି ପତି,ରାନୁ ଦାସ, ବବିତା ସାହୁ,ସାଗରୀକା ପଣ୍ଡା, ଶିକ୍ଷକ ପ୍ରଶାନ୍ତ ଜେନା, ସୋନାଲି ସାହୁ, ଜୟନ୍ତୀ ବେହେରା , ଲିପିକା ନାୟକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *