Spread the love

ଆସନ୍ତା ମସିହା 2024 ରେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ନିର୍ଦ୍ଧାରିତ ହୋଇଥିବା ବେଳେ ସେଇ ପରିପ୍ରେକ୍ଷୀରେ ବିଶ୍ଵହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ମିଳିତ ସହଯୋଗରେ ଏକ ପ୍ରଭୂ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଫୋଟ ଚିତ୍ରକୁ ବହନ କରି ସୌର୍ୟ୍ଯ ଜାଗରଣ ଯାତ୍ରା ରଥ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ ବଡବିଲ ପୌରାଞ୍ଚଳ ରେ ବୁଧବାର ପାଖାପାଖି ସନ୍ଧ୍ୟା 7.20ସମୟରେ ବଡବିଲ ମୁଖ୍ୟ ପ୍ରବେଶ ପଥ କିରିବୁଋ ଛକ ନିକଟରେ ପହଞ୍ଚିବା ପରେ ଶ୍ରୀରାମଙ୍କ ଭବ୍ୟ ରଥକୁ ହଜାର ହଜାର ସଂଖ୍ୟାରେ ରାମଭକ୍ତ ଯଥା ଆବାଳ ବୃଦ୍ଧ ବନିତା ଯିଏକି ଭବ୍ୟ ରଥର ସ୍ୱାଗତରେ ଲୋତକ ମେଲାଇ ବସିଥିଲେ ସେମାନେ ପୁଷ୍ପ ବର୍ଷା କରି ଶଙ୍ଖ ହୁଳହୁଳି ଧ୍ୱନୀରେ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ରଥକୁ ସ୍ଵାଗତ କରିଥିବା ଦେଖିବାକୁ ମିଳିଥିଲା। ଏବଂ ରଥ ବଡବିଲ ପୌରାଞ୍ଚରେ ଭ୍ରମଣ କରିବା ସମୟରେ ସହରର ବିଭିନ୍ନ ସ୍ଥାନରେ ରଥକୁ ଭବ୍ୟ ସ୍ଵାଗତ କରଯାଇଥିଲା ଏବଂ ଶେଷରେ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ରଥ ବଡବିଲ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପ୍ରାୟ ରାତ୍ରୀ ଦଶଟା ପରେ ପହଞ୍ଚିଥିଲା ଏବଂ ସେଠାରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି କୁ ଏଡାଇବା ପାଇଁ ବଡବିଲ ଥାନା ଅଧିକାରୀ ଶ୍ରୀ ରମାକାନ୍ତ ମୁଦୁଲି ନିଜେ ଉପସ୍ଥିତ ରହି ଅନୁଧ୍ୟାନ କରିବା ସହ କିଛି ସଂଖ୍ୟାରେ ପୋଲିସ୍ ବଳୟ ଙ୍କୁ ସୁରକ୍ଷା ଦୃଷ୍ଟିରୁ ନିୟୋଜିତ କରିଥିଲେ। ଏହି ଅବସରରେ ସମଗ୍ର ବଡବିଲ ଅଞ୍ଚଳରେ ଏକ ପ୍ରକାର ର ଭକ୍ତିମୟ ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

 

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *