Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love
  1. ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ହୋଇଥିଲା କୋଭିଡ୍‌ ଟେଷ୍ଟ: ୩୧ ଶିକ୍ଷକ, ୨ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ

 

ଜେ. ବି. ଏନ୍ (୦୯/୦୧ /୨୦୨୧)

ଭୁବନେଶ୍ବର: ରାଜ୍ୟରେ ସ୍କୁଲ ଖୋଲିବା ପରେ ଶିକ୍ଷକ ଓ ଛାତ୍ର କରୋନା ପଜିଟଭ୍ ହୋଇଥିବା ବଡ଼ ଖବର ସାମ୍ନାକୁ ଆସିଛି। ଗଜପତି ଜିଲାରେ ଦୁଇଦିନ ମଧ୍ୟରେ ୩୧ଜଣ ଶିକ୍ଷକ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ସେଥିମଧ୍ୟରୁ ଆଜି ୨୬ଜଣ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ହେବା ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସେହିପରି ଗଜପତି ଜିଲାରେ ୨ଜଣ ଛାତ୍ର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେବେ ମୋହନା ବ୍ଲକରୁ ସର୍ବାଧିକ ୨୧ଜଣ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ଗଜପତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ପାତ୍ର ସୂଚନା ଦେଇଛନ୍ତି।

ଗଜପତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ପାତ୍ର କହିଛନ୍ତିଯେ ଜିଲାରେ ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ଗଜପତି ଜିଲାରେ ୩୧ଜଣ ଶିକ୍ଷକ ଓ ୨ଜଣ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ହୋଇଥିବା ଶିକ୍ଷକ ଓ ଛାତ୍ରଙ୍କଠାରେ କରୋନା ଲକ୍ଷଣ ନ ଥିଲା। ଯେଉଁମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଆଇସୋଲେସନ୍‌ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଛି। ସେହିପରି ସେମାନଙ୍କୁ ସ୍କୁଲ ଆସିବାକୁ ବାରଣ କରାଯାଇଛି। ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ସରକାରଙ୍କ କୋଭିଡ୍‌ ନିୟମ ପାଳନ କରି ସ୍କୁଲ ଆସିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

ଗତ ଜାନୁଆରୀ ୮ ତାରିଖରୁ ସାରା ରାଜ୍ୟରେ ସ୍କୁଲ ଖୋଲା ହୋଇଛି। ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷାକୁ ନଜରରେ ରଖି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ସମୟରେ ସମସ୍ତ କୋଭିଡ ଗାଇଡ ଲାଇନ ପାଳନ କରି ୧୦୦ଦିନ ପାଠପଢ଼ା ପାଇଁ ନିର୍ଦେଶ ଦିଆଯାଇଥିଲା ।ବର୍ତ୍ତମାନ ଗଜପତି ଜିଲାରେ ଏକାସାଙ୍ଗରେ ୩୧ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହେବା ଜିଲା ପ୍ରଶାସନ ପାଇଁ ଚିନ୍ତା ବଢାଇ ଦେଇଛି । ଏବେ ଏହି ଘଟଣା ପରେ ରାଜ୍ୟ ସରକାର କ’ ଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।