Spread the love

“ସ୍ବଚ୍ଛତା ହିଁ ସେବା, ଆସ ଆମେ ବଦଳିବା”ଏହି ଅଭିଯାନ କୁ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

ଓଡିଶା ର ପୁରୀ ଜିଲ୍ଲା ରେ ହେଉଥିବା ରଥଯାତ୍ରା ବିଶ୍ବ ପ୍ରସିଦ୍ଧ ଅଟେ। ଏହି ସମୟରେ ସାରା ଭାରତ ରୁ ଲୋକେ ଆସିଥାନ୍ତି। ଭାରତ ବାହାରୁ ବହୁତ ଭକ୍ତ ଆସିବା ର ନଜିର ମଧ୍ୟ ରହିଛି। ଏହି ରଥଯାତ୍ରା ସମୟରେ ବାହୁଡା଼ ଯାତ୍ରା ଓ ସୁନାବେଶ ଲଗାତାର ଭାବେ ଦୁଇଦିନ ପଡ଼ିଥାଏ। ଯାହା ପାଇଁ ପୁରୀ ସହର ର ସବୁ ସ୍ଥାନ ରେ ଜନ ଗହଳି ଲାଗି ରହିଥାଏ। ପୁରୀ ସମୁଦ୍ର କୁଳ କୁ ସୋର୍ଣିମ ବେଳାଭୂମି ର ଆଖ୍ୟା ଦିଆ ଯାଇଛି। ଏହି ରଥ ଯାତ୍ରା ସମୟ ରେ ଯାତ୍ରୀ ମାନେ ସମୁଦ୍ର କୁଳ ରେ ସମୟ ଅତିବାହିତ କରନ୍ତି। ବିଭିନ୍ନ ପ୍ରକାରର ଖୁସି ମନାଇଥାନ୍ତି ଯାହା ପାଇଁ ପରିବେଶ ଦୂଷିତ ହୋଇଥାଏ। ଯାହା କୁ ଦୃଷ୍ଟି ରେ ରଖି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ର ଏହି ସାମାଜିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ପୁରୀରେ ଭିନ୍ନ ଭିନ୍ନ ସେବା କାର୍ଯ୍ୟ ପାଇଁ ଚର୍ଚ୍ଚା ରେ ରହି ଆସିଛି। ଆଜି ବାହୁଡ଼ା ଯାତ୍ରା ଓ ସୁନାବେଶ ପର ଦିନ ଟ୍ରଷ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି। ଆଜି ର କାର୍ଯ୍ୟକ୍ରମ ର ବାର୍ତ୍ତା ଥିଲା “ସ୍ବଚ୍ଛତା ହିଁ ସେବା, ଆସ ଆମେ ବଦଳିବା”।

ଆଜି ସମୁଦ୍ରକୂଳ ସାଫେଇ ପରେ ଏହି ବାର୍ତ୍ତା ସାଧାରଣ ଲୋକ ଙ୍କୁ ଦିଆଯାଇଥିଲା। ଆମେ ବଦଳିଲେ ସମାଜ ବଦଳିବ, ସମାଜ ବଦଳିଲେ ଦେଶ ସୁଧୁରିବ ବୋଲି ଟ୍ରଷ୍ଟ ର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର ମତ ଦେଇଛନ୍ତି। ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ସଂପାଦକ ରାଜେଶ ବାରିକ, କେଦାର ସ୍ବାଇଁ, ରାକେଶ ବଳ, ହେମନ୍ତ ସାମଲ, କବିତା ବାରିକ୍, ସୁରେଶ ଦାଶ, ସୌମ୍ୟ ରଞ୍ଜନ ପରିଡା, ଆକାଶ ଦାସ ଓ ମନୋଜ ନାୟକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *