ସ୍ଵଚ୍ଛତା ପକ୍ଷର ଉଦ୍ଯାପନୀ ଦିବସ
ଢେଙ୍କାନାଳ, ୧୫/୯: ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷର ଉଦ୍ଯାପନୀ ଦିବସ ପାଳିତ ହୋଇଯାଇଅଛି । ସେପ୍ଟେମ୍ବର ୧ ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସ୍ଵଚ୍ଛତା ପକ୍ଷ ପାଳନ କରାଯାଇଥିଲା । ସ୍ୱଚ୍ଛତା ପକ୍ଷର ଅନ୍ତିମ ଦିବସରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ ଅଧ୍ୟକ୍ଷତା କରି ସ୍ଵଚ୍ଛତା ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଦିବସରେ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟମାନେ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଗଣ ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ଶେଷରେ ଧନ୍ୟବାଦ ପର୍ବ ସହ ସଭାସାଙ୍ଗ କରାଯାଇଥିଲା ।
