Spread the love

ହତ୍ୟାକାଣ୍ଡକୁ ଦୁଇଦିନ ନପୁରୁଣୁ ହତ୍ୟାକାରୀଙ୍କୁ ବାନ୍ଧିଲା ବଡ଼ବିଲ ପୋଲିସ୍।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲଥାନା ଅନ୍ତର୍ଗତ ଭଦ୍ରାସାହି ଅଞ୍ଚଳରେ ଗତ ନଅ ତାରିଖ ବଡ଼ବିଲ ପୋଲିସ୍ ପେଟ୍ରୋଲିଂ ଟିମ୍ ଏକ ମୃତଦେହ ପଡ଼ିଥିବା ସନ୍ଧାନ ପାଇବା ପରେ ଘଟଣା ସ୍ଥଳରେ ବଡ଼ବିଲ ପୋଲିସ୍ ପହଞ୍ଚି ଶବକୁ ଜବତ୍ କରିଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ବେଳେ ଜାଣିବାକୁ ପାଇଲେ କି ମୃତକ ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ହୁଡ଼ିସାହି ଅଞ୍ଚଳର ବାଦଲ ସିଂ, ଏନେଇ ଅଧିକ ଖୋଳତାଡ଼ ପରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ନା ବାଳକ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା କଳାପାହାଡ଼ ର ସଞ୍ଜୟ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ। ଏବଂ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଜର୍ଜରିତ ପଥର ସହ ମୃତକଙ୍କ ଏକ ମୋବାଇଲ୍ ଫୋନ୍ କୁ ଜବତ୍ କରିଛି ବଡ଼ବିଲ ପୋଲିସ୍।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *