Spread the love

ହରଗୌରୀ କିନ୍ନର ସଂଘ ଦ୍ୱାରାଗଣ୍ଡିଚା ମନ୍ଦିର, ବଡ଼ଦାଣ୍ଡ ଓ ବଡ଼ଦେଉଳରେ କଲେ ସେବାକାର୍ଯ୍ୟ

ତାଳଚେର, ୦୫/୦୭ ଆଜି ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ହରଗୌରୀ କିନ୍ନରସଂଘ ଦ୍ୱାରା ତାଳଚେର ଟାଉନ ବଡ଼ବଜାର ଗୁଣ୍ଡିଚାମନ୍ଦିର ଠାରୁ ଆରମ୍ଭକରି ବଡ଼ଦାଣ୍ଡସାହି ଓ ବଡ଼ଦେଉଳ ପର୍ଯ୍ୟନ୍ତ କିନ୍ନରମାନେ ଏକତ୍ରିତ ହୋଇ ଝାଡ଼ୁଧରି ସଫା ସୁତରା କରିଥିଲେ । ତାଙ୍କ କହିବା ମୂତାବକ ଯେ, ଆଜି ଝାଡ଼ୁଧରି ଆମ୍ଭେ ଯେଉଁ ସଫାସୂତରା କାର୍ଯ୍ୟ କରୁଛୁ ଏହା ଆମ ପାଇଁ ଏକ ସୌଭାଗ୍ୟର କଥା, ଜଗତର ନାଥ ଜଗନ୍ନାଥଙ୍କର ଏମିତି ସେବା କରିବା ସମସ୍ତଙ୍କ ସୌଭାଗ୍ୟରେ ନଥାଏ । ଆମ୍ଭ ସଂଘ ଦ୍ୱାରା ଆଜି ଯେଉଁ ପୂର୍ଣ୍ଣ୍ୟ କାର୍ଯ୍ୟ ହୋଇଛି ଏହା ଆମ ମନ, ଆତ୍ମାକୁ ତୃପ୍ତି କରିଦେଇଛି, ତେଣୁ ଆମ୍ଭେ ଆଶା ରଖୁ କି, ଆଗମୀ ରଥଯାତ୍ରାରେ ଭବାନଙ୍କ ସେବା କରିବା ଉଦ୍ଦେଶ୍ୟରେ ଏପରି ସୁଯୋଗ ମିଳିଲେ ଆମେ ନିଜକୁ ଧନ୍ୟମନେ କରିବୁ ବୋଲି ସେଠାରେ ଉପସ୍ଥିତ ଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ । ତେବେ କିନ୍ନର ସଂଘର ଏପରି ସେବାକାର୍ଯ୍ୟକୁ ଦେଖି ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିବା ସହିତ କିନ୍ନର ସଂଘ ପ୍ରଶଂସାର ପାତ୍ର ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *