Spread the love

ତାଳଚେର : ହାଣ୍ଡିଧୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରିତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଗତ ଦୁଇ ବର୍ଷ ପୂର୍ବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଗସ୍ତ ରେ ଆସିଥିବା ବେଳେ ହାଣ୍ଡିଧୁଆ ପ୍ରାଥମିକ ବିଦ୍ୟାଳୟରେ ନିଜର ଛାତ୍ର ସମୟ କଥା ମନେ ପକାଇ, ବିଦ୍ୟାଳୟର ଶିକ୍ଷା ଓ ଶ୍ରେଣୀ ଗୃହ ଆଦି ସମୀକ୍ଷା କରିଥିଲେ।ଏହା ପରେ ଏହି ବିଦ୍ୟାଳୟକୁ କୋଟିଏ ଦଶ ଲକ୍ଷ ଟଙ୍କା ରୂପାନ୍ତର କରିବା ନେଇ ଅନୁଦାନ କରିଥିଲେ । ତେବେ ଆଜି ଏହି ହାଣ୍ଡିଧୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପୈାର ପରିଷଦ ନଗରପାଳ ପବିତ୍ର ଭୂତିଆ, ଉପନଗରପାଳ ସୁଭଶ୍ମିତା ପ୍ରଧାନ, ଅନୁଗୋଳ ଜିଲ୍ଲାପାଳ, ଯୋଗଦେଇଥିଲେ ।

ସର୍ବ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପୁଷ୍ପ ଗୁଛ ଦେଇ ତାଳଚେର ବିଧାୟକ ବିଦ୍ୟାଳୟକୁ ପାଛୋଟି ନେଇଥିଲେ,ଏହା ପରେ ଫିତା କାଟି ଉଦଘାଟନ କରାଯାଇଥିଲା।ପରେ ପରେ କେନ୍ଦ୍ରମନ୍ତ୍ରୀ ବିଦ୍ୟାଳୟର ଚତୁ ପାର୍ଶ୍ଵ ଭ୍ରମଣ କରି ଛାତ୍ରଛାତ୍ରୀ ଙ୍କ ର ମଧ୍ୟାହ୍ନ ଭୋଜନ ନିଜେ ଖାଇ ପରଖି ଥିଲେ। ଏହା ପରେ ହାଣ୍ଡିଧୁଆ ଖେଳ ପଡ଼ିଆରେ ବୃକ୍ଷ ରୋପଣ ଅଭିଜାନ ହୋଇଥିଲା, ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଥିବା ବେଳେ ଢେ଼ଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନ, ଅନୁଗୋଳ ଜିଲ୍ଲାପାଳ, ତାଳଚେର ଉପଜିଲ୍ଲାପାଳ, ବନବିଭାଗ ର କତୃପକ୍ଷ ଓ କର୍ମଚାରୀ ଯୋଗ ଦେବା ସହ ହଜାର ହଜାର ତାଳଚେର ବାସୀ ପନ୍ଦର ହଜାର ବୃକ୍ଷର ଚାରା ରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *