Spread the love

କଣ୍ଟାବାଞ୍ଜି: ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର ଓ ପ୍ରଶାସନ । ଏଥିପାଇଁ ଖର୍ଚ୍ଚ ହେଉଛି ହଜାର ହଜାର କୋଟି । ଏହା ସତ୍ତ୍ବେ ମଧ୍ୟ ଜଙ୍ଗଲରେ ବନ୍ୟଜନ୍ତୁମାନେ ସୁରକ୍ଷିତ ନଥିବା ଚିତ୍ର ସାମନାକୁ ଆସୁଛି। ବନ୍ୟଜନ୍ତୁମାନେ ବାଧ୍ୟ ହୋଇ ଗାଁ ଅଭିମୁଖେ ଆସୁଛନ୍ତି। କିଛିଦିନ ହେବ ଗାଁ ମୁହାଁ ହେଉଛନ୍ତି ହାତୀ ।

କେତେ‌ବେଳେ ହାତୀ ଆକ୍ରମଣରେ ମନୁଷ୍ୟର ଜୀବନ ଯାଉଛି ଅନେକ ସମୟରେ ଗଜରାଜର ମଧ୍ୟ ମୃତଦେହ ଠାବ ହେଉଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଚି ରେଞ୍ଜ ଢୋଲମାନ୍ଦର ସେକ୍ସନ ବାନ୍ଧନପାଲୀ ଗାଁ ନିକଟରେ ହାତୀ ଆକ୍ରମଣରେ ୩ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି।ସୂଚନା ଅନୁସାରେ, କଣ୍ଟାବାଞ୍ଜି ରେଞ୍ଜ ଢୋଲମାନ୍ଦଲ ସେକ୍ସନ ବାନ୍ଧନପାଲୀ ଗାଁ ନିକଟରେ ଗୋଟିଏ ହାତୀ କିଛି ଦିନ ହେଲା ଆତଙ୍କ କରୁଥିବା ଜାଣିବାକୁ ମିଳିଛି। ଗାଁ ଲୋକେ ହାତୀ ଘଉଡ଼ାଇବାରେ ବିଫଳ ପରେ ବନବିଭାଗକୁ ଖବର ଦେଇଥିଲେ। ଜଙ୍ଗଲରେ ହାତୀ ଥିବା ନେଇ ବନବିଭାଗ ସୂଚନା ପାଇବା ପରେ ବିଭାଗର ପାରା ସ୍କ୍ବାର୍ଡ ପ୍ରଶାନ୍ତ ନାଏକ, ଗଜ ସାଥୀ ରୂପେଶ ଛତ୍ରିଆ ଓ ଡବ୍ଲ୍ୟୁ ସ୍କ୍ବାର୍ଡ ତାରେଶ୍ବର ରଣାଙ୍କ ସମେତ ଅନ୍ୟମାନେ ହାତୀ ଘଉଡ଼ାଇବାକୁ ଯାଇଥିଲେ।ତେବେ ହଟିକୁ ଘଉଡାଇବା ସମୟରେ ଏହି ତିନି ଜଣ ହାତୀ ଆକ୍ରମଣର ଶିକାର ହୋଇଥିଲେ। ପାରା ଫରେଷ୍ଟର ପ୍ରଶାନ୍ତ ନାୟକ ଓ ସହବନ କର୍ମଚାରୀ ରୁପେଶ ଛତ୍ରିଆ ଗୁରତର ଥିବା ଜାଣିବାକୁ ମିଳିଛି। ଏମାନଙ୍କୁ ପ୍ରଥମେ ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *