{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

*ହିନ୍ଦୋଳର ଫେରାର ପୂର୍ବ ଟ୍ରେଜେରି ଅଫିସର ଗିରଫ*

ହିନ୍ଦୋଳ -ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସବ଼ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ମନୋରଞ୍ଜନ ସାହୁ ଭିଜିଲାନ୍ସ ଦ୍ୱାରା ଗିରଫ କୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ସରକାରୀ ଅର୍ଥ ତୋଷାରପାତ ଅଭିଯୋଗରେ ହିନ୍ଦୋଳ ରୁ ନିଳମ୍ବିତ ହୋଇଥିବା ବେଳେ ବର୍ତମାନ ଭୁବନ ସବ୍ ଟ୍ରେଜେରୀରେ କାର୍ଯ୍ୟ କରୁଥିଲେ । ଲୋକ ମାନଙ୍କର ପେନ୍‌ସନ ଟଙ୍କା ୬୮ଲକ୍ଷ ୮୫ ହଜାର ୪୯୭ ଟଙ୍କା ହଡ଼ପ କରିବା ଘଟଣାରେ ତତ୍କାଳୀନ ହିନ୍ଦୋଳ ସବ ଟ୍ରେଜରୀ ଅଫିସର ୫/ ୮ / ୨୦୨୩ ହିନ୍ଦୋଳ ଥାନାରେ ଅଭିଯୋଗ କରିଥିଲେ । ସେହି ସମୟରୁ ସେ ଫେରାର ଥିଲେ କାଲି ରାତି ୧୦ଟା ସମୟରେ ସଦର ଥାନା ସମ୍ମୁଖରୁ ଭିଜିଲାନ୍ସ ଟିମ୍ ଗିରଫ କରିଛି ।ତେବେ ମନୋରଞ୍ଜନଙ୍କ ସ୍ଥାବର ଆସ୍ଥାବର ଅଚଳାଚଳ ସମ୍ପତିର ଖୋଳତାଡ଼ କରାଯିବାସହ ହିନ୍ଦୋଳ ଉପଖଣ୍ଡ ର ଆହୁରି କିଛି ଅଫିସ ରେ ଭିଜିଲାନ୍ସ ଚଢ଼ାଉ କରାଗଲେ ଆହୁରି କେଳେଙ୍କାରୀ ଓ ଦୁର୍ନୀତି ପଦାକୁ ଆସିପାରିବ ବୋଲି ହିନ୍ଦୋଳର ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।

ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *