Spread the love

ଢେଙ୍କାନାଳ ( ୬/୧): ଢେଙ୍କାନାଳ ମିନା ବଜାର ଜଗନ୍ନାଥ ରୋଡ଼ ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ୮୨ତମ ପ୍ରତିଷ୍ଟା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଶାଖା ମୁଖ୍ୟ ପରିଚାଳକ ତଥା ପ୍ରବନ୍ଧକ ଶ୍ରୀ ସୌଭାଗ୍ୟ ସାହୁ, ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ଦେବାଶିଷ କୁଣ୍ଡୁ (ଏଲ ଡି ଏମ) ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶାଖାର ସମସ୍ତ କର୍ମଚାରୀମାନେ ଗ୍ରାହକମାନଙ୍କୁ ସ୍ବାଗତ ଜଣାଇ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଗ୍ରାହକମାନଙ୍କୁ ସଂଚୟ ଓ ଋଣ ସ୍କିମ ବିଷୟରେ ଅବଗତ କରାଇଥିଲେ, ବ୍ୟାଙ୍କ ର ବିଭିନ୍ନ ବିମା ଓ ସରକାରୀ ସ୍କିମ (SCHENE) ବିଷୟରେ ଗ୍ରାହକଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବ୍ୟାଙ୍କ ର ସୌମ୍ୟା ପ୍ରିୟଦର୍ଶିନୀ,ଜୟସ୍ମିତା ସାହୁ, ମାଗୁଣି ସ୍ବାଇଁ, ବିଶ୍ଵ ରଞ୍ଜନ ଦାଶ,ସ୍ବୟପ୍ରଭିଭା ସାହୁ,ଆଲଫାସ ଟେମ୍ପୋ, ସୁକଦେବ ସାହୁ ଏବଂ ସୁବ୍ରତ ପ୍ରଧାନ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଅମିତ ମାହାନ୍ତି ଓ ଅଭିଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *