Spread the love

୨୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକୁ ବିଜୁଳି ହେଉଛି ସାରା ଓଡ଼ିଶାର ନ୍ୟାର୍ଯ୍ୟଦାବି।

ଢେଙ୍କାନାଳ :- ଓଡ଼ିଶା ରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେୟ ମୁକ୍ତ କରିବା ପାଇଁ ପୁଣି ଥରେ ଦାବି ଉଠାଇଛି ଆମ୍ ଆଦମୀ ପାର୍ଟି । ଆଜି ଅପରାହ୍ନ ରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଂଯୋଜକ ପଙ୍କଜ ନାୟକ କହିଛନ୍ତି ଯେ ୨୦୦ ୟୁନିଟ୍ ଦେୟ ମୁକ୍ତି ସହିତ ୨୪ ଘଣ୍ଟା ବିଜୁଳି ଏବଂ ଲୋ ଭଲ୍ଲେଜ ରହିତ ବିଜୁଳି କେବଳ ଆମ୍ ଆଦମୀ ପାର୍ଟିର ଦାବି ହୋଇ ରହିନାହିଁ। ସାରା ଓଡ଼ିଶା ଏହି ଦାବି କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି। ଆସନ୍ତା ଜୁନ ୮ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ସହିତ ଓଡ଼ିଶା ର ପୁରପଲ୍ଲୀ ରୁ ଜନସାଧାରଣ ଙ୍କ ଦସ୍ତଖତ ଥିବା ଲକ୍ଷ୍ୟ ଲକ୍ଷ୍ୟ ଦାବିପତ୍ର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯିବା ର କାର୍ଯ୍ୟକ୍ରମ ରହିଛି । ୨୦୨୧ ମସିହା ଏପ୍ରିଲ ମାସ ରେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଏହି ବିଜୁଳି ପାଇଁ ଭୁବନେଶ୍ବର ଠାରେ ସତ୍ୟାଗ୍ରହ ରେ ବସିଥିଲେ । ଏହି ସତ୍ୟାଗ୍ରହ କୁ ଓଡ଼ିଶା ର ବିଭିନ୍ନ ବର୍ଗ ର ଲୋକେ ସମର୍ଥନ ଜଣାଇଥିଲେ । ପରେ Covid ଜନିତ କଟକଣା ପାଇଁ ଏବଂ ଆପ୍ ର ଜାତୀୟ ଯାଜକ ଶ୍ରୀ ଅରବିନ୍ଦ କେଜରିୱାଲ ଙ୍କ ନିର୍ଦ୍ଦେଶ କ୍ରମେ ଏହି ସତ୍ୟାଗ୍ରହ କୁ ସୃଗିତ ରଖୁବା କୁ ପଡ଼ିଥିଲା । ପରବର୍ତ୍ତୀ ସମୟ ରେ ଦଳର ଶହ ଶହ କାର୍ଯ୍ୟକର୍ତା ଜିଲ୍ଲା ର ପ୍ରତେକ ପଞ୍ଚାୟତ ବୁଲି ଏହି ଦାବି ପାଇଁ ଦସ୍ତଖତ ସଂଗ୍ରହ କରିଥିଲେ ।
ବିଦ୍ୟୁତ ଭଳି ଏକ ଅତ୍ୟାବଶ୍ୟକୀୟ ସେବା ପାଇଁ ଏପରି ଦସ୍ତଖତ ଅଭିଯାନ କରିବା ରେ ଆପ୍ ହେଉଛି ଏକ ମାତ୍ର ଦଳ। ଅତ୍ୟଧିକ ବିଦ୍ୟୁତ ଦର ବଢିବା ସାଙ୍ଗ କୁ ବାରମ୍ବାର ବିଦ୍ୟୁତ କାଟ ତଥା ଲୋ ଭୋଲ୍ଟେଜ, ଘରୋଇ ବିଦ୍ୟୁତ ବିତରଣ ସଂସ୍ଥା ଟାଟା ପାୱାର ତରଫ ରୁ ଚଞ୍ଚକତା ପୂର୍ଣ୍ଣ ଭାବେ ବିଳମ୍ବିତ ମିଟର ରୀଡିଂ ଆଦି ଜଣ ସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟିକରିଛି । ୨୦୧୫ ମସିହା ରୁ ବି.ଏସ.ଇ କମ୍ପାନି ବିଦ୍ୟୁତ ବିତରଣ ଛାଡିସାରିଥିବା ବେଳେ ତାଙ୍କ ଉପରେ ବାକି ଥିବା ୪୨୩୪ କୋଟି ତାଙ୍କ ରୁ ସରକାର ଏପର୍ଯ୍ୟନ୍ତ ଟଙ୍କା ଟିଏ ବି ଆଦାୟ କରି ପାରିନାହାନ୍ତି। ଅଥଚ ଉପଭୋକ୍ତାଙ୍କ ଠାରୁ ଟାଟା ପାୱାର ଆସିବା ପୂର୍ବ ର ପୁରୁଣା ବିଲ ବାବଦ ଟଙ୍କା ଯୋର ଜବରଦସ୍ତ ଆଦାୟ କରୁଛି । ଏପରିକି ୨୦୧୮ ମସିହାରେ ଯେଉଁ ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ଅନ୍ତର୍ଗତ ମାଗଣା ବିଦ୍ୟୁତ ସଂଯୋଗ କରିଥିଲେ ସେମାନଙ୍କ ଠାରୁ ଅନ୍ୟାୟ ଭାବେ ସେକୁରିଟୀ ଭାବ ରେ ଆଦାୟ କରାଗଲା ।
ଆପ୍ ଶାସିତ ଦିଲୀ ଓ ପଞ୍ଜାବ ରେ ଯଥାକ୍ରମେ ୨୦୦ ଓ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଯୋଗାଇ ଦିଅ ଯାଉଅଛି । ଆପ୍ ଓଡିଶା ତରଫ ରୁ ଏଥ୍‌ପାଇଁ ହିସାବ ଦିଆଯାଇଛି ଯେ ଓଡିଶା ସରକାର ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଯୋଗାଇଲେ ରାଜ୍ୟ ସରକାର, ବିଦ୍ୟୁତ ବିତରକ କମ୍ପାନୀ ଓ ଉପଭୋକ୍ତା ଲାଭବାନ ହେବେ । ଆଜି ର ଦିନ ରେ ବିଦ୍ୟୁତ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଯାଇଛି ।
ଜୁନ ୮ ତାରିଖ ରେ ଆପ୍ ଓଡିଶା ତରଫ ରୁ ଭୁବନେଶ୍ବର ମାଷ୍ଟର କ୍ୟାନଟିନ ଠାରୁ ଜଣସାଧାରଣଙ୍କ ଦସ୍ତଖତ ଥିବା ଲକ୍ଷ ଲକ୍ଷ ଦାବି ପାତ୍ର କୁ ଏକ ସୋଭାଯାତ୍ରା ରେ ନିଆ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ଏହି ଶୋଭାଯାତ୍ରା ରେ ସାମିଲ ହେବ ପାଇଁ ଜିଲ୍ଲା ସଂଯୋଜକ ଶ୍ରୀ ନାୟକ ଧେକନଳ ଜିଲ୍ଲା ର ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଯଦି ଖୁବ ଶୀଘ୍ର ଏହି ଦାବି ପୂରଣ ନ ହୁଏ ଦ୍ବିତୀୟ ପର୍ଯ୍ୟାୟରେ ଏହି ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ଏବଂ ଆଗାମୀ ନିର୍ବାଚନ ରେ ବିଦ୍ୟୁତ ଏକ ମୁଖ୍ୟ ପ୍ରସଙ୍ଗ ହେବ । ଏହି ସାମ୍ବାଦିକ ସମ୍ମିଳନୀ ରେ ସଂଗଠନ ସଚିବ ବିଧୁ ରଞ୍ଜନ ନାୟକ, ମହିଳା ନେତ୍ରୀ ନଳିନି ସାହୁ, ହିନ୍ଦୋଳ ବ୍ଲକ ସଭାପତି ମନୋରଞ୍ଜନ ପାଳ କର୍ଜୟାଳୟ ସଚିବ ଚିନ୍ମୟ ସେନାପତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *