Spread the love

ଭୂବନେଶ୍ୱର: ବାଲି ଚୋରା ଚାଲାଣ ମାମଲାରେ ବଡ ସୂଚନା ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । କେବଳ ମୟୂରଭଞ୍ଜ, କେନ୍ଦୁଝର ଓ ପୁରୀ ଜିଲ୍ଲାକୁ ବାଦ୍‌ ଦେଲେ ଆନ୍ତଃରାଜ୍ୟ ବାଲି ଚୋରି ସଂକ୍ରାନ୍ତୀୟ କୌଣସି ମାମଲା ଗତ ୩ ବର୍ଷରେ ବାକି ୨୭ ଜିଲ୍ଲାରେ ରୁଜୁ ହୋଇନାହିଁ ।

ତେବେ ରାଜଧାନୀ ଉପକଣ୍ଠ ସମେତ କଟକ, ବ୍ରହ୍ମପୁର, ଗଞ୍ଜାମ, କୋରାପୁଟ, ବାଲେଶ୍ୱର ଆଦି ଜିଲ୍ଲାରେ ବାଲି ଚୋରି ପ୍ରବଳ ମାତ୍ରାରେ ଚାଲିଛି ।

କେଉଁଠି ବାଲି ମାଫିଆ ସରକାରୀ ଅଧିକାରୀଙ୍କ ସହ ସଲାସୁତୁରା କରି ବେଧଡକ ବେପାର ଚଳାଉଛନ୍ତି ତ ଆଉ କେଉଁଠି ଅଫିସରଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି । ହେଲେ କାଗଜପତ୍ରରେ ଏସବୁ ଦେଖିବାକୁ ମିଳୁନାହିଁ ବୋଲି ସଦସ୍ୟ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ କହିଛନ୍ତି ।ମନ୍ତ୍ରୀ ତଥ୍ୟ ଦେଇ ଆହୁରି କହିଛନ୍ତି ଯେ, ଗତ ୩ବର୍ଷ ମଧ୍ୟରେ କେବଳ ମୟୂରଭଞ୍ଜରେ ବାଲି ଚୋରି ସଂକ୍ରାନ୍ତରେ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି । କେନ୍ଦୁଝରରେ ଗତବର୍ଷ ୫ଟି ଏବଂ ପୁରୀରେ ଗୋଟିଏ ମାମଲା ରୁଜୁ ହୋଇଛି ।ଏହି ତିନି ଜିଲ୍ଲାକୁ ବାଦ୍ ଦେଲେ ଏହି ତିନିବର୍ଷ ମଧ୍ୟରେ ଅନୁଗୋଳରେ ୩୪ଟି ଗାଡ଼ି ଜବତ ହୋଇଥିବାବେଳେ ବୌଦ୍ଧରେ ୧୪, ଦେବଗଡ଼ ଗୋଟିଏ, ଝାରସୁଗୁଡ଼ା ୩୯, କନ୍ଧମାଳ ୧୭, କେନ୍ଦୁଝର ୧୯୧, ନୟାଗଡ଼ ୫, ପୁରୀ ୫୮, ସମ୍ବଲପୁର ୨୬, ସୁବର୍ଣ୍ଣପୁର ୨ ଏବଂ ସୁନ୍ଦରଗଡ଼ରେ ୫୭ଟି ଗାଡ଼ି ଜବତ ହୋଇଛି ହେଲେ ।

Leave a Reply

Your email address will not be published. Required fields are marked *