Spread the love

କେନ୍ଦ୍ର ସରକାର ୪ଟି ନୂତନ ଶ୍ରମ ସଂହିତା ପାଇଁ ଡ୍ରାପ୍ଟ ନିୟମାବଳୀ ଅଧିସୂଚନା ଜାରି କରିଛନ୍ତି। ଏହି ୪ଟି ଶ୍ରମ ସଂହିତା ହେଉଛି ମଜୁରୀ ସଂହିତା-୨୦୧୯, ଶିଳ୍ପ ସମ୍ପର୍କ ସଂହିତା-୨୦୨୦, ସାମାଜିକ ସୁରକ୍ଷା ସଂହିତା-୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି ସଂହିତା-୨୦୨୦। ଏହି ନିୟମଗୁଡ଼ିକ ଜରିଆରେ ଶ୍ରମିକ, ମଜୁରୀ, ନିଯୁକ୍ତିର ପ୍ରକାର, ଗ୍ରାଚ୍ୟୁଇଟି, ବୋନସ୍‍ ପ୍ରଦାନ ଭଳି ବ୍ୟବସ୍ଥା ରହିଛି।

କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ’ ଆସନ୍ତା ୪୫ ଦିନ ମଧ୍ୟରେ ଡ୍ରାପ୍ଟ ନିୟମାବଳୀ ସମ୍ପର୍କରେ ଆପତ୍ତି ଏବଂ ପରାମର୍ଶ ଦାଖଲ ପାଇଁ ସୂଚନା ଦେଇଛି।ଦେଶରେ ଥିବା ପୁରୁଣା ଶ୍ରମ ଆଇନକୁ ସରଳ ଏବଂ ସୁଗମ କରିବା ପାଇଁ ଶ୍ରମ ମନ୍ତ୍ରଣାଳୟ ଗତ ବର୍ଷ ନଭେମ୍ବର ୨୧ରେ ୪ଟି ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲା। ମନ୍ତ୍ରଣାଳୟ ଅନୁଯାୟୀ, ନୂତନ ଶ୍ରମ ସଂହିତା ଦେଶର ଶ୍ରମିକମାନଙ୍କ ପାଇଁ ଉତ୍ତମମଜୁରୀ, ସୁରକ୍ଷା, ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବ। ଏହି ସଂହିତା ଅନୁଯାୟୀ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ସହ ପ୍ରତ୍ୟେକ ନିୟୋଜନ ପାଇଁ ନିଯୁକ୍ତିପତ୍ର ପାଇବେ ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଦରମା ରହିବ। ଏହି ନୂଆ ଆଇନ ଫଳରେ ୪୦ କୋଟିରୁ ଅଧିକ ଶ୍ରମିକ ଗ୍ରାଚ୍ୟୁଇଟିର ଲାଭ ପାଇପାରିବେ।

Leave a Reply

Your email address will not be published. Required fields are marked *