Spread the love

୪ର୍ଥ ନାସିର୍ ଅହମ୍ମଦ ଅଲ୍ଲି ମେମୋରିଆଲ୍ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ

ଢେଙ୍କାନାଳ, ୧୮।୨: ସ୍ଥାନୀୟ ଗୁଣ୍ଡିଚାପଡାସ୍ଥିତ ରତ୍ନପ୍ରଭା ଦେବୀ ଷ୍ଟାଡିୟମ୍ ଠାରେ ଶାରଳା କ୍ଲବ୍ ଆନୁକୂଲ୍ୟରେ ୪ର୍ଥ ନାସିର୍ ଅହମ୍ମଦ ଅଲ୍ଲି ମେମୋରିଆଲ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ ହୋଇଯାଇଛି । ଗୁଣ୍ଡିଚାପଡା ଗ୍ରାମର ସଭାପତି ମୀନକେତନ ସାହୁ ମୁଖ୍ୟ ଅତିଥୁ ଭାବେ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଉଭୟ ଖେଳାଳୀଙ୍କୁ କରମର୍ଦନ କରି ଧନ୍ୟବାଦ ଅର୍ପଣ କରିବା ସହିତ ଏହି ଅନୁଷ୍ଠାନ ଆଗକୁ କିପରି ଉନ୍ନତି କରିବ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫୁଟ୍‌ବଲ୍‌ ଆସୋସିଏସନ୍‌ର ସଭାପତି ପୁରୁଷୋତମ ରାଉତ ଓ ବାବା ଚନ୍ଦ୍ରଶେଖର ଫୁଟ୍‌ବଲ୍‌ ଆସୋସିଏସନ୍‌ର ଉପଦେଷ୍ଟା ଗଙ୍ଗାଧର ରାଉତ ଉପସ୍ଥିତ ଥିଲେ । ଉଦ୍‌ଘାଟନୀ ମ୍ୟାଚ୍ ରେ ଆଠଗଡର ଙ୍ଖୁଟକଟା ଫୁଟ୍‌ବଲ୍‌ ଟିମ୍ ୨-୦ ଗୋଲ୍‌ରେ ଗୁଣ୍ଡିଚାପଡା ଫୁଟ୍‌ବଲ୍‌ ଟିମ୍ କୁ ପରାସ୍ତ କରିଛି। କ୍ଲବ୍ ର ସଭାପତି ମଇଉଦ୍ଦିନ୍ ଖାଁ ଓ ସଂପାଦକ ପ୍ରକାଶ କୁମାର ସାହୁ ଉପସ୍ଥିତ ରହି ଖେଳକୁ ଶୃଙ୍ଖଳା ଭାବେ ପରିଚାଳନା କରିଥିଲେ । ରେଫରୀ ଭାବେ ଅନିଲ୍ ନନ୍ଦ, ଅମୂଲ୍ୟ ସାମଲ ଓ ମନୋଜ ସେଠୀ ଖେଳକୁ ପରିଚାଳନା କରିଥିଲେ । ଘୋଷକ ଭାବେ ସରୂପ କୁମାର ସାହୁ ଉପସ୍ଥିତ ରହି ଦର୍ଶକମାନଙ୍କୁ ତାଙ୍କ ମଧୁର ବାଣୀରେ ମୁଗ୍ଧ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୨୪ ତାରିଖରେ ଫାଇନାଲ୍ ଖେଳ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *