Spread the love

୫ଘଣ୍ଟା ପରେ ରେଲୱେ ପୋଲିସ”ଅତାବିରା ରେଲୱେ ଷ୍ଟେସନ ରେଳ ଲାଇନ୍ ରୁ ମୃତ ଶବ ଉଦ୍ଧାର


ବରଗଡ଼:-୧୦.୦୪.୨୦୨୬(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅତାବିରା ରେଲୱେ ଷ୍ଟେସନ ରେଲ ଲାଇନ୍ ରୁ ମୃତ ଶବ ଉଦ୍ଧାର। ବିକାସ ପୁର ଟିଟିଲାଗଡ ପାସେଞ୍ଜର ଟ୍ରେନ ନଂ-୫୮୨୧୪ ଯାଉଥିବା ସମୟରେ ଅପରାହ୍ନ ୩ଟା ୧୦ମିନିଟ ସମୟରେ ଗୁଳାମ୍ ସିଦ୍ଧିକ (ରାଜୁ) ୪୦ ବର୍ଷୀୟ ଯୁବକ ଟ୍ରେନ ରେ କଟି ରେଲ୍ ଲାଇନ୍ ରେ ପଡ଼ି ରହିଥିଲା।୩ଟା ୨୫,ମିନିଟ ସମୟରେ ଅତାବିରା ରେଲୱେ ଷ୍ଟେସନ ମାଷ୍ଟର ଶବ ପଡ଼ିଥିବା ଦେଖି ୪ଟା ରେ ସମ୍ବଲପୁର ଜିଆର୍ ପି କୁ ଖବର ଜଣାଇଥିବା ଜଣା ପଡ଼ିଛି।ହେଲେ ଦୀର୍ଘ ୫ଘଣ୍ଟା ବିଳମ୍ବରେ ରେଲୱେ ପୋଲିସ ପହଞ୍ଚି ଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।ରେଲୱେ ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ଶବ ଠାରୁ ଏକ ସାଇକଲ ଚାବି, କିପେଡ ମୋବାଇଲ ଓ ମନି ପର୍ସ ଜବତ କରି ଶବ ବ୍ୟବ ଚ୍ଛେଦ ପାଇଁ ବୁର୍ଲା ପଠାଇ ଦିଆଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *