Spread the love

ଭୂବନେଶ୍ୱର: ସରକାରୀ ଟଙ୍କା ଆତ୍ମସାତ କଲେ ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ। ୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପିଇଓ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ସରମୁଳି ପଞ୍ଚାୟତ ପୂର୍ବତନ ପିଇଓ ଅକ୍ରୁର ମାଝୀଙ୍କୁ ବାନ୍ଧିଲା ଭିଜିଲାନ୍ସ।

ପଞ୍ଚାୟତର କାମ ନକରି ୫୩ ଲକ୍ଷ ୩୮ ହଜାର ୮୦୯ ଟଙ୍କା ଘୋଟଲା କରିଥିଲେ। ତଦନ୍ତ ବେଳେ ଏ ନେଇ ଜଣା ପଡିବା ପରେ ଘଟଣାରେ ଅକ୍ରୁରଙ୍କୁ ଗିରଫ କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ପଠାଇଛି ଭିଜିଲାନ୍ସ ବିଭାଗ ।

Leave a Reply

Your email address will not be published. Required fields are marked *