Spread the love

୫୬ ତମ ବର୍ଷ ରେ ପଦାର୍ପଣ କରିଛି ମହାଲକ୍ଷ୍ମୀ ଙ୍କ ପୂଜା

ଗୋଳାମୁଣ୍ଡା,୬।୧୨(): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗ୍ରାମ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଜଗତଜନନୀ ମାଁ ମହାଲଷ୍ମୀ । ଧନ ଭଣ୍ଡାର ଧରି ଧରାପୃଷ୍ଠରେ ଅବତରଣ କରିଛନ୍ତି ମାଁ ମହାଲକ୍ଷ୍ମୀ । ମାଁ ଙ୍କ ଆଗମନ ଯୋଗୁଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଅଞ୍ଚଳ । ମାଁଙ୍କ ଦର୍ଶନ କରିବା ପାଇଁ ପୂଜା ମଣ୍ଡପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ମାଁ ଲଷ୍ମୀ ଙ୍କ ପୂଜା ମାର୍ଗଶିର ମାସ ବୁଧବାର ଦିନ କଳସ ଯାତ୍ରା ହୋଇଛି ଏବଂ ଗୁରୁବାର ପୂଜା ଆରମ୍ଭ ହୋଇ ସୋମବାର ଶେଷ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସି ଉଠୁଛି ସମଗ୍ର ଚପ୍ରିଆ ଗ୍ରାମ । ଏହି ପୂଜା ବର୍ତ୍ତମାନ ୫୬ ବର୍ଷରେ ପଦାର୍ପଣ କରିଛି । ମାଁ ଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଜିଲ୍ଲା ତଥା ପଡୋଶୀ ଜିଲ୍ଲାରୁ ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି । ମାଁଙ୍କୁ ଦର୍ଶନ କରି ଭକ୍ତମାନେ ଆତ୍ମବିଭୋର ହେଉଛନ୍ତି । ଦର୍ଶକ ମାନଙ୍କ ମନ ଆକର୍ଷଣ ନିମନ୍ତେ ମୀନା ବଜାର ର ବ୍ୟବସ୍ଥା କରାଯାଇଛି କମିଟି ପକ୍ଷରୁ। ପ୍ରତ୍ୟେକ ରାତ୍ରି ରେ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନାଟକକୁ ଜନସାଧାରଣ ଉପଭୋଗ କରୁଛନ୍ତି । ପୂଜକ ଭାବେ ବୁଲୁ ମୁଣ୍ଡ ନିୟୋଜିତ ହୋଇ ଥିବା ବେଳେ ଶ୍ରୀଯୁକ୍ତ ଖଗେଶ୍ବର ଚନ୍ଦନ ଏବଂ ତାଙ୍କ ଧର୍ମପତ୍ନୀ କର୍ତ୍ତା କାର୍ଯ୍ୟ ନିର୍ବାହ କରୁଛନ୍ତି । ସଭାପତି ଭାବେ ଶ୍ରୀଯୁକ୍ତ ବାଳକୃଷ୍ଣ ବାଗ ,ସମ୍ପାଦକ ଭାବରେ ହେମନ୍ତ ପାତ୍ର, ଏବଂ କୋଷାଧ୍ୟକ୍ଷ ଭାବେ ତପନ ଗହିର ତୁଲାଉଥିବା ବେଳେ ଗ୍ରାମର ବୁଦ୍ଧିଜିବୀ ଯୁବଗୋଷ୍ଠୀ ପ୍ରମୁଖ ସହଯୋଗ କରିଛନ୍ତି ।ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କାପୁରଚନ ସେଠିଆଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *