ବିଷୟ: ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଏବଂ PLI Scheme ରେ ଭେଦଭାବ ବିରୋଧରେ ଧର୍ମଘଟ

ଆଜି ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବି ଏବଂ PLI Scheme ରେ ରହିଥିବା ଭେଦଭାବ ବିରୋଧରେ SBI ମେନ୍ ବ୍ରାଞ୍ଚ ସମ୍ମୁଖରେ ସମସ୍ତ ବ୍ୟାଙ୍କ କର୍ମଚାରୀମାନେ ଏକତ୍ରିତ ହୋଇ ଧର୍ମଘଟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ସକାଳ ୯.୦୦ ଘଟିକାରେ ସମସ୍ତ ସରକାରୀ ବ୍ୟାଙ୍କର କର୍ମଚାରୀମାନେ ଏକତ୍ରିତ ହୋଇ ବିଭିନ୍ନ ବେସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ବନ୍ଦ କରିଥିଲେ। ବେସରକାରୀ ବ୍ୟାଙ୍କ ବନ୍ଦ କାର୍ଯ୍ୟ ସମାପ୍ତ ପରେ ପୁନର୍ବାର ସମସ୍ତ ବ୍ୟାଙ୍କ କର୍ମଚାରୀ SBI ମେନ୍ ବ୍ରାଞ୍ଚ ସମ୍ମୁଖରେ ଏକତ୍ରିତ ହୋଇ ଏକ ସାଧାରଣ ସଭା ଆୟୋଜନ କରିଥିଲେ।
ଏହି ସଭାରେ SBISA ଜୋନାଲ ସଚିବ ଶ୍ରୀ ଗୋପାଳ ସାହୁ, SBI ନେତା ଶ୍ରୀ ଶିବରାମ ପାଣିଗ୍ରାହୀ, SBI ନେତା ଶ୍ରୀ ମନମୋହନ ନାୟକ, ଶ୍ରୀ ଜିତେନ୍ଦ୍ର ଦାସ, ଶ୍ରୀମତୀ ପ୍ରଜ୍ଞାନ ପରମିତା ସେଠୀ, ଶ୍ରୀ ସନ୍ତୋଷ ବରାଳ, ଶ୍ରୀ ସୌମ୍ୟ ମିଶ୍ର, ଶ୍ରୀ ଅନ୍ତର୍ୟାମୀ ନାୟକ, Canara Bank AIBEA ଉପସଚିବ ଶ୍ରୀ ଖେତ୍ରବାସୀ ବେହେରା, AIBEA ନେତା ଶ୍ରୀ ଆଶିଷ କୁମାର ସାମଲ, PNB AIBEA ନେତା ଶ୍ରୀ ପଦ୍ମନାଭ ଜେନା, PNB Officer Association ନେତା ଶ୍ରୀ ମନୋଜ ସାହୁ, BEFI ନେତା ଶ୍ରୀ ମହେନ୍ଦ୍ର ମୋହରଣାଙ୍କ ସମେତ Indian Bank ର ଶ୍ରୀ ସତ୍ୟଜିତ ସାହୁ, ଶ୍ରୀ ଦେବାନନ୍ଦ ବେହେରା, ଶ୍ରୀ ଦେବ ପ୍ରସାଦ ପାଣି ଏବଂ ଶ୍ରୀ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସଭାରେ ବକ୍ତାମାନେ ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ପାଇଁ ସରକାରଙ୍କୁ ଦୃଢ଼ ଆହ୍ୱାନ ଜଣାଇଥିଲେ। ଏଥିସହିତ PLI (Performance Linked Incentive) Scheme ରେ ବ୍ୟାଙ୍କ କର୍ମଚାରୀମାନଙ୍କ ପ୍ରତି ରହିଥିବା ଭେଦଭାବ ଓ ଅସମାନତାକୁ ଦୂର କରି ସମସ୍ତ କର୍ମଚାରୀଙ୍କ ପାଇଁ ନ୍ୟାୟସଙ୍ଗତ ଓ ସମାନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଥିଲେ।
ବକ୍ତାମାନେ କହିଥିଲେ ଯେ ବ୍ୟାଙ୍କିଂ କ୍ଷେତ୍ରର କର୍ମଚାରୀମାନଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ଏକତା ହିଁ ମୁଖ୍ୟ ଶକ୍ତି। ତେଣୁ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ନିଜ ଅଧିକାର ଓ ସ୍ୱାର୍ଥ ପାଇଁ ଏକତାବଦ୍ଧ ରହି ଆଗାମୀ ଦିନରେ ମଧ୍ୟ ସଂଗ୍ରାମକୁ ଆହୁରି ମଜବୁତ କରିବା ପାଇଁ ଆହ୍ୱାନ ଜଣାଇଥିଲେ।
ସଭାରେ ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା, PLI Scheme ରେ ଥିବା ଭେଦଭାବ ଦୂର କରିବା ଏବଂ ବ୍ୟାଙ୍କ କର୍ମଚାରୀମାନଙ୍କ ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ଶୀଘ୍ର ପୂରଣ କରିବା ପାଇଁ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଦୃଢ଼ ଦାବି ଜଣାଇଥିଲେ।
ସରକାର ବ୍ୟାଙ୍କ କର୍ମଚାରୀମାନଙ୍କ ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ଗୁରୁତ୍ୱ ଦେଇ ଶୀଘ୍ର ସମାଧାନ ନ କଲେ, ଆଗାମୀ ୨୮, ୨୯ ଓ ୩୦ ସେପ୍ଟେମ୍ବରରେ ପୁନର୍ବାର ଧର୍ମଘଟ କରାଯିବ। ଏହା ସତ୍ତ୍ୱେ ସରକାର ଦାବିଗୁଡ଼ିକ ପୂରଣ ନ କଲେ, ୨୬ ଅକ୍ଟୋବରରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରାଯିବ।
କାର୍ଯ୍ୟକ୍ରମର ଶେଷରେ ଶ୍ରୀ ଗୋପାଳ ଚନ୍ଦ୍ର ସାହୁ ସମସ୍ତ ଉପସ୍ଥିତ ବ୍ୟାଙ୍କ କର୍ମଚାରୀ, ନେତୃବୃନ୍ଦ, ଅତିଥିବୃନ୍ଦ ଏବଂ ଧର୍ମଘଟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ସାଥୀଙ୍କୁ ଧନ୍ୟବାଦ ଜଣାଇ Vote of Thanks ପ୍ରଦାନ କରିଥିଲେ।
