Spread the love

୬୦କୋଟି ଟଙ୍କା ବ୍ୟୟରେ ବିରୂପା ନଦୀ ଉପରେ ସେତୁ ।

କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ପୌର ପାଳିକ ସ୍ଥିତ ୧୪ନମ୍ବର ୱାର୍ଡ ମଣ୍ଡପଡ଼ା ଠାରୁ ଜଗତପୁର ବାଟ ଛକ ପର୍ଯ୍ୟନ୍ତ ବିରୁପା ନଦୀ ଉପରେ ଏକ ୫୦୦ ମିଟର ଲମ୍ବ ସେତୁ ନିର୍ମାଣ ପାଇଁ ସ୍ଥିର କରାଯାଇଛି । ୬୦କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବାକୁ ଥିବା ଏହି ପ୍ରସ୍ତାବିତ ସେତୁର ରୂପରେଖ ଅନୁଧ୍ୟାନ ପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ତାର ପ୍ରସାଦ ମିଶ୍ର ସ୍ଥାନ ପରିଦର୍ଶନ କରିଥିଲେ। ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଅଶୋକ କୁମାର ଗିରି, ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି ଉପସ୍ଥିତ ରହି ସ୍ଥାନ ଅନୁଧ୍ୟାନ କରିଥିଲେ। ଚୌଦ୍ଵାର କଟକ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ଵାଳ, ପୌରଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ବିଧାୟକଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା ଙ୍କ ସହ ସ୍ଥାନୀୟ କାଉସିଲର ରଞ୍ଜୁଲାତ ଦାସ, ଜିଲ୍ଲା ସମ୍ପାଦକ ସବିତା ନାୟକ ସମେତ ୧୭ ନମ୍ବର ୱାର୍ଡ ର ପାରିଷଦ ଆଶୁତୋଷ ଦାସ, ବିମଳ କୁମାର ବେଉରା, ଅର୍ଜୁନ ପଣ୍ଡା, ସୁବ୍ରତ ସାମଲ, ଅଜୟ କୁମାର ବେହେରା, ପ୍ରକାଶ ନାୟକ, ପରମ ବିରଞ୍ଜନ ଦାସ ପ୍ରମୁଖ ସହ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *