Spread the love

### ୬୨.୭୨୫ ହେକ୍ଟର ଜମିରେ ବନୀକରଣ କାର୍ଯ୍ୟ ଆରମ୍ଭ, ଜଙ୍ଗଲର ପୁନରୁଦ୍ଧାର ଉପରେ ଅନୁଗୋଳ ବନଖଣ୍ଡର ଗୁରୁତ୍ୱ

ତାଳଚେର, ୧୬/୧୧: ଜଙ୍ଗଲର ସୁରକ୍ଷା ସହ ଜୈବ ବିବିଧତାର ସଂରକ୍ଷଣ ଏବଂ ପରିବେଶର ସନ୍ତୁଳନ ରକ୍ଷା ଦିଗରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ତାଳଚେର ବନାଞ୍ଚଳ ଅଧୀନ ଡେରା ସେକ୍ସନର କର୍ଣ୍ଣପୁରଠାରେ ୬୨.୭୨୫ ହେକ୍ଟର ଜମିରେ ପ୍ରଥମ ବର୍ଷର CA-ANR ବନୀକରଣ କାର୍ଯ୍ୟ କରାଯାଇଛି।

ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାକୃତିକ ଉପାୟରେ ଜଙ୍ଗଲର ପୁନର୍ଜନନକୁ ପ୍ରୋତ୍ସାହନ ଦେବା ସହ ଅବକ୍ଷୟ ହୋଇଥିବା ଜଙ୍ଗଲ ଅଞ୍ଚଳର ପୁନରୁଦ୍ଧାର, ବୃକ୍ଷର ଘନତ୍ୱ ବୃଦ୍ଧି ଏବଂ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।

ପ୍ରାକୃତିକ ପୁନର୍ଜନନ ଓ ସ୍ଥାୟୀ ଜଙ୍ଗଲ ପରିଚାଳନାକୁ ଆଧାର କରି ଏହି ପଦକ୍ଷେପ ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ, ସମୃଦ୍ଧ ଓ ସୁସ୍ଥ ପରିବେଶ ଗଠନରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଜଙ୍ଗଲର ପୁନରୁଦ୍ଧାର ସହ ପ୍ରାକୃତିକ ସମ୍ପଦର ସୁରକ୍ଷା ଦିଗରେ ଅନୁଗୋଳ ବନଖଣ୍ଡର ଏହି ପ୍ରୟାସ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଏକ ସକାରାତ୍ମକ ପଦକ୍ଷେପ।

Leave a Reply

Your email address will not be published. Required fields are marked *