Spread the love

ବି ଇ ଓଙ୍କ କାର୍ଯ୍ୟାଳୟ ସମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରସନ ପକ୍ଷରୁ ୩ଦଫା ଦାବି ନେଇ ଜାରି ରହିଛି ଧାରଣା

୮ ଦିନରେ ପହଞ୍ଚିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରସନ ପକ୍ଷରୁ ଗଣ ଧାରଣା

ଅନୁଗୋଳ – ବଅଁରପାଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀ ତିନି ଦଫା ଦାବୀ ନେଇ ଆଜି ମଧ୍ୟ ଗଣଧାରଣା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନକ୍ରମେ ବଅଁରପାଳ ବ୍ଲକର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ୮ ତାରିଖରୁ ସାମୁହିକ ଛୁଟି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦଫା ଦାବି ନେଇ ଧାରଣା ଅବ୍ୟାହତ ରଖିଛନ୍ତି। ଏଇ ଦାବୀ ଗୁଡିକ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ପ୍ରଥା ଉଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ, ଶିକ୍ଷାକ୍ରମି ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ଇତ୍ୟାଦି ରହିଛି । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ମୂଳବେତନ ଲେବଲ୍ ୯ ଗ୍ରେଡପେ ୪୨୦୦ ଅନୁଯାୟୀ ପ୍ରଦାନ ଓ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ପୁନଃ ପ୍ରଚଳନ କରିବାକୁ ଦାବି କରି କାର୍ଯ୍ୟ ବନ୍ଦ ଗଣଧାରଣା ଦେଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ ସରକାରଙ୍କ ପକ୍ଷରୁ ତାଙ୍କୁ ଧାରଣାରୁ ଓହରି କାର୍ଯ୍ୟରେ ଯୋଗଦେବାକୁ ନାଲି ଆଖି ଦେଖା ଯାଉଛି। ମାତ୍ର ୧୧ ହଜାର ଟଙ୍କାର ଦରମାରେ ପରିବାର ଚଳିବା ସମ୍ଭବ ନୁହେଁ। ସରକାର ଏହାକୁ ବିଚାରକୁ ନେଇ ତୁରନ୍ତ ଦାବି ପୂରଣ କରନ୍ତୁ ବୋଲି ଧାରଣାରେ ବସିଥିବା ଶିକ୍ଷକ ମାନେ କହିଛନ୍ତି।

ଏହି ଗଣ ଧାରଣାରେ ସଭାପତି କୁମଦ ଚନ୍ଦ୍ର ବେହେରା ,ସମ୍ପାଦକ ପ୍ରଶ୍ନ କୁମାର ସାମଲ ଓ ଅନ୍ୟାନ୍ୟ ବର୍ଗର ଶିକ୍ଷକ , ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *