ପାଲଭିଡ଼ା ସଂଘର୍ଷକୁ ନେଇ କୋଇଲା ଠିକାଶ୍ରମିକ କଂଗ୍ରେସ ପକ୍ଷରୁ ସଭା
ତାଳଚେର, ୦୪/୧୦ କୋଇଲା ପରିବହନ କରୁଥିବା ରେଳୱାଗନରେ ପାଲଭିଡ଼ା ସଂଘଷଁକୁ ନେଇ ମହାନଦୀ କୋଇଲା ଠିକାଶ୍ରମିକ କଂଗ୍ରେସ୍ ପକ୍ଷରୁ ଅନନ୍ତବିହାର ସ୍ଥିତ ଚିଲିକା କଳାକେନ୍ଦ୍ର ଠାର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଗତି ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାନଦୀ କୋଇଲା ଠିକାଶ୍ରମିକ କଂଗ୍ରେସ୍ର ସଭାପତି ରାଜକିଶୋର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥିଭାବେ ପୂର୍ବତନ ସାଂସଦ ମହେଶ ସାହୁ, ଅନ୍ୟତମ ଅତିଥିଭାବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଖିରୋଦ ସାହୁ, ଆଇନଜିବୀ ରମେଶ ତ୍ରିପାଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡ଼ନାୟକ, ବରିଷ୍ଠ ଆଇନଜିବୀ ସୁରେଶ୍ୱର ମିଶ୍ର, ବିମ୍ବାଧର ନାଏକ, ନଖିଆ ସାହୁ, ଉପଦେଷ୍ଟା ଜଗନ ପ୍ରଧାନ, ପିସିସି ଉପଭୋକ୍ତା ଜଗଦାନନ୍ଦ ପ୍ରଧାନ, ପ୍ରମୋଦ ସାହୁ, ମନୋଜ ସାହୁ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ପାଲଭିଡ଼ା ସମସ୍ୟାର ଦୀର୍ଘ ୭ବର୍ଷ ସଂଘର୍ଷର ସଫଳତା ନେଇ ମତବ୍ୟକ୍ତି କରିଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନକୁ ସହଯୋଗ କରୁଥିବା ବ୍ୟକ୍ତିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତୋରୀୟ ଦେଇ ସମ୍ବର୍ନ୍ଧନା କରାଯାଇଥିଲା । ମା’କାଳୀ ମନ୍ଦିର ଠାରୁ ଶହଶହ ଶ୍ରମିକ ଆସି କଳାକେନ୍ଦ୍ର ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟରେ ବହୁ ଶ୍ରମିକ, ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ପ୍ରଗତି ଅନୁଷ୍ଠାନର ସମ୍ପାଦକ ପ୍ରଭାତ ରଥ ଧନ୍ୟବାଦ୍ ଅର୍ପଣକରି ସଭାଭଙ୍ଗ କରିଥିଲେ ।
