ରୋଡ଼ ଗ୍ରାମ ପଞ୍ଚାୟତର ମା ମଙ୍ଗଳା ଖେଳ ପଡିଆ ଠାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ

ଜେ ବି ଏନ, ୧୮/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ପରଜଙ୍ଗ: ୧୮-୦୧-୨୦୨୧ ଆଜି ରୋଡ଼ ଗ୍ରାମ ପଞ୍ଚାୟତର ମା ମଙ୍ଗଳା ଖେଳ ପଡିଆ ଠାରେ ଗ୍ରାମ୍ୟ କମିଟି ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଂଟ ଫାଇନାଲ ମ୍ୟାଚ ରେ ପାଣି ଗେଙ୍ଗୁଟିଆ ଓ ବିଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ମ୍ୟାଚ ରେ ମୁଖ୍ୟ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ ସୁଖ ଦୁଃଖ, ବିକାଶ ପ୍ରଗତିର ସାଥି ସମସ୍ତଙ୍କର ଅତି ପ୍ରିୟ ଯୁବନେତା ଅସିତ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ) ଉଦଘାଟନ କରି କହିଥିଲେ, ଆଜି ମୋତେ ବହୁତ ଖୁସି ଲାଗୁଅଛି ଆମ ଅଞ୍ଚଳରେ କ୍ରିକେଟ ଭଳି ଟୁଣାମେଣ୍ଟ ଖେଳ ପ୍ରାୟ ସମସ୍ତ ସ୍ଥାନ ମାନଙ୍କରେ ହେଉଅଛି, ଏହା ଦ୍ୱାରା ଆମ ଅଞ୍ଚଳର ସମସ୍ତ କ୍ରୀଡ଼ାବିତ ଭାଇ ମାନେ ସୁଯୋଗ ନେଇ ପାରୁଅଛନ୍ତି, ପରଜଙ୍ଗ ଅଞ୍ଚଳର ନାମ କୁ ଗୌରବମୟ କରି ପାରୁଅଛନ୍ତି, ଏଥି ପାଇଁ ସମସ୍ତ ଆୟୋଜକ ମାନଙ୍କୁ ମୋର ଅନେକ ଅନେକ ଧନ୍ୟବାଦ ଜଣାଉଅଛି, କ୍ରୀଡା କ୍ଷେତ୍ରରେ ଆପଣ ମାନଙ୍କର କୌଣସି ଭି କିଛି ସାହାଯ୍ୟ ସହଯୋଗ ପଡିଲେ ମୁଁ ଆପଣ ମାନଙ୍କ ସାହିତ ସବୁବେଳେ ଅଛି କହି ବକ୍ତବ୍ୟ ଶେଷ କରିଥିଲେ, ଆଜିର ମ୍ୟାଚରେ ପାଣି ଗେଙ୍ଗୁଟିଆ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୨ ଓଭର ରେ ସମସ୍ତ ଉଇକେଟ ହରାଇ ୫୮ ରନ୍ କରିଥିବା ବେଳେ ବିଡ଼ ୦୫ ଓଭର ରେ ବିନା ୱିକେଟ୍ ରେ ୫୯ ରନ୍ କରି ବିଜୟ ଲାଭ କରିଥିଲା । ଉଭୟ ଦଳ କୁ ମୁଖ୍ୟ ଅତିଥି ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସାନ୍ଦା ସରପଞ୍ଚ ଗୌତମ ପାଣି, ରୋଡ଼ ର ନିର୍ମଳ ବାରିକ ଏବଂ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ l

