Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜାତୀୟ ରାଜପଥ ରେ ମଦ୍ୟପ କାର ଚାଳକଙ୍କ ର ତୁମୁଳ କାଣ୍ଡ

(ଜେ ବି ଏନ /ସୁଶାନ୍ତ କୁମାର) ୧୬/୦୨ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଟେଲକୋ ଛକରେ ଗତ ରବିବାର ସନ୍ଧ୍ୟା ସମୟରେ ଜଣେ ମଦ୍ୟପ କାର ଚାଳକ ଯୁବକଙ୍କ ଉନ୍ମୋତ କାଣ୍ଡ ଦେଖିବାକୁ ମିଳିଛି । ପୁଲିସ ସୁତ୍ରର ପ୍ରକାଶ ଯେ ଗତକାଲି ରାତି୮.୩୦ ସମୟରେ ସୁଶୀଲ ମହାନ୍ତି ନାମକ ଯୁବକ ପ୍ରବଳ ମଦ୍ୟପାନ କରି ନିଜର ଏକ କାରରେ ସାଙ୍ଗ ମାନଙ୍କ ସହିତ ମିଶି ଟେଲକୋ ଛକରେ ରାସ୍ତାରେ ଯାତୟାତ କରୁଥିବା ଗାଡିକୁ ବିନା କାରଣରେ ଅଟକାଇ ପାଟିତୁଣ୍ଡ କରୁଥିଲେ।ଏହାର ବିରୋଧ ସ୍ଥାନୀୟ ଜନସାଧାରଣ କରିବାରୁ ତାଙ୍କ ଉପରକୁ ଆକ୍ରମଣ ମଧ୍ୟ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କର ପହଞ୍ଚି ଯୁବକ ମାନଙ୍କୁ ହଟାଇବା ସହିତ ଏକ ବ୍ରିଜା କାର ଜବତ କରିଥିଲା ଓ ପ୍ରବଳ ମଦ୍ୟପାନ କରିଥିବା ସୁଶୀଲ ମହାନ୍ତିକୁ ଧରିଥିଲା। ରାଜ ରାସ୍ତାରେ ଯାତ୍ରୀଙ୍କୁ ହଇରାଣ କରୁଥିବା ନେଇ ଜଣେ ଅଭିଯୋଗକାରୀ ଏକ ଏତେଲା ବଅଁରପାଳ ଥାନାରେ ଦେଇଥିଲେ। ତାଙ୍କ ଏତେଲାକୁ ଆଧାର କରି ପୁଲିସ ୬୩/୨୧ ରେ ମାମଲା ରୁଜ୍ଜୁ କରି କାରକୁ ଜବତ କରିଥିଲା। ପ୍ରବଳ ମଦ୍ୟପାନ କରିଥିବାରୁ ସୁଶୀଲ ମହାନ୍ତିଙ୍କୁ ପରିବାର ଲୋକଙ୍କୁ ଜିମା ଦେଇଥିଲେ ଓ ନିଶା ଛାଡ଼ିବା ପରେ ଥାନାକୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ସମୟରେ ଥାନା ଅଧିକାରୀଙ୍କ ସହିତ ବଚସା କରି ଦୁଇ ଯୁବକକୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ପରିଚୟ ଖୁଜୁଛି।ପୁଲିସ ସେହି ସମୟରେ ଏକ ବାଇକକୁ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ଗାଡ଼ି ଜବତ କରିଛି। ସୂଚନା ଥାଉକି ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କର ବଅଁରପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପୁଲିସକୁ।ସହଯୋଗ କରିବା ସହିତ

ଟ୍ରାଫିକ ନିୟମ ପାଳନ କରିବେ ଓ ମଦ୍ୟପାନ କରି ଗାଡ଼ି ନଚଳାଇବା ପାଇଁ।