ଦଶହରା ପୂଜାରେ ବଜାର ରେ ଆସୁଛି ସ୍ମାର୍ଟ ମିରର
ସ୍ଥାନ କଟକ
ତାରିଖ 08/10/23
କଟକରୁ ପ୍ରଦୀପ କୁମାର କାଣ୍ଡି ରିପୋର୍ଟ
ଆଧୁନିକ ଯୁଗରେ ସମସ୍ତେ ସ୍ମାର୍ଟ ହେବାକୁ ଚାହାଁନ୍ତି, ମଣିଷ
ନିଜର ସ୍ମାର୍ଟ ଫୋନ, ଘଡି ଓ ଅନ୍ୟ ଜିନିଷ ସହିତ ନିଜର
ଘରକୁ ମଧ୍ୟ ସୁସଜ୍ଜିତ ରଖିବା ପାଇଁ ବିଭିନ୍ନ ଉପାୟ ଖୋଜୁ
ଥାଏ, ଘରର ଆଭ୍ୟନ୍ତର ହେଉ ବା ବାହାର ପଟ ହୋଉ
ଘରକୁ ଅତି ସୁନ୍ଦର କରିବାରେ ଚେଷ୍ଟା କରିଥାଏ, ଘରର
କିଚେନ୍ ହୋଉ କିମ୍ବା ବେଡ୍ ରୁମ୍ ବା ବୈଠକ ଖାନl
ସୁନ୍ଦର ଭାବରେ ସୁସଜ୍ଜିତ କରିବାର ପ୍ରଣାଳୀ ଖୋଜୁଥାଏ
ସେହିଭଳି ଏକ ପ୍ରୟାସ ଖୋଜି ବାହାର କରିଛନ୍ତି ଜଗତ
ପୂର ରେ ଥିବା ସଭ୍ୟା ଏଣ୍ଟରପ୍ରାଇଜସ,ପ୍ରଥମେ ଏହି ଏଣ୍ଟର ପ୍ରାଇଜସ ସାନିଟାରୀ କାମ କରୁଥିବା ବେଳେ ଏବେ
ଘରର ଇଣ୍ଟିରିଆର୍ ଓ ବାହାର କାମ କରିଆସୁଛି, ଏବେ
ପୂଜା ବଜାରରେ ଏକ ସ୍ମାର୍ଟ ମିରର ନୂଆ ଆକର୍ଷଣ କରିବ
ବୋଲି ଗ୍ରାହକଙ୍କୁ ସଭ୍ୟା ଏଣ୍ଟରପ୍ରାଇଜଶେଷ ର ପ୍ରୋପାଇଟର ଶଶାଙ୍କ ପଣ୍ଡା କହିଛନ୍ତି, ଶ୍ରୀ ପଣ୍ଡା କହିଛନ୍ତି
ଘରର ୱାଲ ଠୁ ଆରମ୍ଭ କରି ସିଲିଂ,ତଥା ମୋଡୁଲ଼ର କିଚେନ୍, ବାଥ୍ ରୁମ୍, ଡାଇନିଙ୍ଗ୍ ହଲ୍, ସୁସଜ୍ଜିତ କାର୍ଯ୍ୟ
ଆମେ କରିଥାଉ, ଗ୍ରାହକଙ୍କ ଚାହିଦା ଅନୁସାରେ କାର୍ଯ୍ୟ
ହୁଏ, ଏଥି ମଧ୍ୟରୁ ସ୍ମାର୍ଟ ମିରର ରେ ଅନେକ ପ୍ରକାରର
ଟେକ୍ନୋଲୋଜି ରଖାଯାଇଛି, ଯୋଉଥିରେ ସୁଇଚ ଚିପିଲେ
ଲାଇଟର ରଙ୍ଗ ବଦଳେ,ଏଥିରେ ଆପଣ ସଙ୍ଗୀତ ଶୁଣିପାରିବେ, ଟେମ୍ପରେଚର୍ ଜାଣିପାରିବେ ,ତାହା ସହିତ
ସମୟ କୁ ଦେଖିପାରିବେ, ତାହା ଛଡା ଅନେକ ପ୍ରକାରର
ଘର ସୁସଜ୍ଜିତ କରିବା ପାଇଁ ବିଭିନ୍ନ ପ୍ରକାରର ଉପକରଣ
ଏଠାରେ ପାଇପାରିବେ, ଯାହାକୁ ଆପଣ ମାନେ ବୈଠକ
ଘରେ, କିମ୍ବା ହଲ୍ ରେ ସଜାଇପାରିବେ,ଘରଟି କି ପ୍ରକାରର
ସୁସଜ୍ଜିତ କରିଲେ ଭଲ ଦେଖା ହେବ, ତାହା ସଭ୍ୟା ଏଣ୍ଟରପ୍ରାଇଜସ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥାଏ, ଆମେ
ଗ୍ରାହକଙ୍କ ଚାହିଦା ଅନୁସାରେ କାମ କରୁବୋଲି ପ୍ରୋପାଇଟର ଶ୍ରି ପଣ୍ଡା କହିଛନ୍ତି।
