Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

(ଜେ ବି ଏନ /ସୁଶାନ୍ତ କୁମାର) ୧୦/୧୨/୨୦୨୦ ଢେଙ୍କାନାଳ : ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ସଭାଗୃହରେ ଅପରାହ୍ଣ ୪ ଘଟିକା ସମୟରେ କୋଭିଡ ନିୟମ ଅନୁପାଳନ କରି ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ସ୍କୁଲ ଆଲୁମିନି ଆସୋସିଏସନର ସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ସଦର ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମୌସୁମୀ ସାହୁ,ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟରଶ୍ମି ମିଶ୍ର,ମଙ୍ଗଳପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁକାନ୍ତ ଚରଣ ସାହୁ ଓ ମୋ ସ୍କୁଲ ସଂଯୋଜକ ଡା. ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚଆସୀନ ରହି ସ୍ବ ସ୍ବ ଅଭିଭାଷଣରେ ମୋ ସ୍କୁଲ ଅଭିଯାନର ପାଣ୍ଠି ସଂଗ୍ରହ ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଏହାର ସୁବିନିଯୋଗ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ପ୍ରସ୍ତାବ ଗୁଡିକର ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ସମସ୍ତେ ଏକ ମନ ଏକ ପ୍ରାଣରେ ମୋ ସ୍କୁଲ କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଦୃଢ଼ ଆହ୍ୱାନ ଦେଇଥିଲେ।

ବିଦ୍ୟାଳୟର ବିଭିନ୍ନ ବର୍ଷର ପ୍ରାକ୍ତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସର୍ବଶ୍ରୀ ମାନସ ରଥ, ଗୁପ୍ତେଶ୍ଵର ମିଶ୍ର, ଇଂ ସୌମ୍ୟବ୍ରତ ସାହୁ,ଅବନୀ ମିଶ୍ର,ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ଦୀପକ ପ୍ରସାଦ ପଟ୍ଟନାୟକ, ଭରତ କୁମାର ଦାସ,ଶତ୍ରୁଘ୍ନ ମାଟି,ଗୋବିନ୍ଦ ଚନ୍ଦ୍ର ଶତପଥୀ, ସ୍ଵର୍ଣମୟୀ ଶତପଥୀ,ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ସମ୍ମାନୀତ ଅତିଥି ସୁଶ୍ରୀ ମୌସୁମୀ ସାହୁ ଓ ସଭାପତି ଶ୍ରୀମତୀ ନିବେଦିତା ପାଣି ମହୋଦୟା ସ୍ଵୀୟ ଅଭିଭାଷଣରେ ସମସ୍ତେ ଓଡ଼ିଶା ସରକାରଙ୍କ ଏହି ଅଭିନବ ମୋ ସ୍କୁଲ ଯୋଜନାରେ ଅର୍ଥ ରାଶି ପ୍ରଦାନ କରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏହାର ଦୁଇଗୁଣ ଅର୍ଥରାଶି ପ୍ରାପ୍ତ ହୋଇ ସମୁଦାୟ ଅନୁଦାନ ଅର୍ଥରାଶିର ତିନି ଗୁଣ ଅର୍ଥରାଶିର ସୁବର୍ଣ୍ଣ ସୁଯୋଗର ସୁବିନିଯୋଗ କରି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ସହାୟକ ହେବାକୁ ଆହ୍ୱାନ ଜଣାଇଥିଲେ। ସଭାପ୍ରାରମ୍ଭରେ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ, ଧୂପ ଅର୍ପଣ କରାଯାଇଥିଲା।ସଂସ୍କୃତ ଶିକ୍ଷିକା ଡ଼ଃ ଅନୁପମା ମିଶ୍ର ମଙ୍ଗଳାଚରଣ ଗାନ କରିଥିଲେ । ମୋ ସ୍କୁଲ ସଂଯୋଜକ ଡା. ଦେବୀ ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ, ସଭାର ଉଦ୍ଦେଶ୍ୟ ଜ୍ଞାପନ, ସ୍ୱାଗତ ଭାଷଣ, କାର୍ଯ୍ୟକ୍ରମ ସଂଯୋଜନା,ସଭା ପରିଚାଳନା ,ମୋ ସ୍କୁଲ ଯୋଜନାର ଆଭିମୁଖ୍ୟ,ସଫଳତା ସମ୍ପର୍କରେ ସୁବିସ୍ତୃତ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।