
ବରଗଡ଼: ଆଜି ସୋମବାର ର ଖବର
ଜେ. ବି. ଏନ୍ (୧୪/୧୨ /୨୦୨୦)
ନୂଆ କୃଷି ଆଇନ ପ୍ରତ୍ୟାହାର ଦାବି: ସତ୍ୟାଗ୍ରହକୁ ଓହ୍ଲାଇଲେ ଚାଷୀ, ସମର୍ଥନ କଲା କଂଗ୍ରେସ
କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ସୋମବାର ବରଗଡ ଗାନ୍ଧୀଛକରେ ଚାଷୀମାନେ ସତ୍ୟାଗ୍ରହକୁ ଓହ୍ଲାଇଛନ୍ତି । ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତି, ଜୟ କିଶାନ ଆନ୍ଦୋଳନ ସମେତ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ସତ୍ୟାଗ୍ରହ ଚାଲିଛି। ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ଜୟ କିଶାନ ଆନ୍ଦୋଳନର ସଭାପତି ସୁଶୀଲ କୁମାର ସାହୁଙ୍କ ସମେତ ବହୁ ଚାଷୀ ପ୍ରତିନିଧିମାନେ ଉଦବୋଧନ ଦେଉଛନ୍ତି। ସେହିପରି ବରଗଡ ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ପ୍ରଦୀପ ଦେବତା, ନିପନ କୁମାର ଦାଶ, ପାଣ୍ଡବ କର୍ଣ୍ଣ, ବ୍ରହ୍ମା ମହାକୁଡଙ୍କ ସମେତ ବହୁସଂଖ୍ୟକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ଆସି ଚାଷୀଙ୍କ ସତ୍ୟାଗ୍ରହରେ ସାମିଲ ହୋଇଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-21-scaled.jpg)
