SSB KINGDOM ଆୟୋଜନ କରିଛି ରଜ କୁମାରୀ
କଟକ ବାଙ୍କୀରେ ଥିବା SSB KINGDOM କେବଳ ଜଳକ୍ରୀଡ଼ା କିମ୍ବା ରିସୋର୍ଟରେ ଆଉ ସୀମିତ ନାହିଁ । ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ରଜକୁ ପ୍ରଚାର ପ୍ରସାର କରିବା ସହ ଓଡ଼ିଶାର ଐତିହ୍ୟ, ପରମ୍ପରା କୁ ସ୍ଵତନ୍ତ୍ର କରିବା ପାଇଁ ଦୀର୍ଘ ତିନି ବର୍ଷ ହେଲା SSB KINGDOM ଆୟୋଜନ କରି ଆସୁଛି ରଜ କୁମାରୀ । ତେବେ ଚଳିତ ରଜ କୁମାରୀ ଅଡିସନରେ ସମଗ୍ର ଓଡ଼ିଶାରୁ ପାଖାପାଖି ୨୦୦ ରୁ ଉର୍ଦ୍ଧ୍ବ ଝିଅମାନେ ଅଂଶଗ୍ରହଣ କରିଥିଲେ । ଏବଂ ପ୍ରତିଯୋଗୀ ମାନଙ୍କୁ ତିନୋଟି ଗ୍ରୁପ୍ ରେ ବିଭକ୍ତ କରାଯାଇଥିଲା । ସେଥିମଧ୍ୟରୁ ୫ ରୁ ୧୨ ବର୍ଷର ଝିଅ ଙ୍କୁ ନେଇ ଗ୍ରୁପ୍-ଏ ପ୍ରସ୍ତୁତ ହୋଇଥିବା ବେଳେ ଗ୍ରୁପ୍-ବି ରେ ୧୩ ରୁ ୧୯ବର୍ଷର, ଏବଂ ଗ୍ରୁପ୍-ସି ରେ ୨୦ ରୁ ୨୫ ବର୍ଷର ଝିଅମାନେ ଭାଗ ନେଇଥିଲେ । ଚଳିତ ମାସ ୭, ୮ ଏବଂ ୯ ତିନିଦିନ ଧରି ଏହାର ଅଡିସନ୍ କରଯାଇଥିଲା ଏବଂ ଆଜି ତାର ଗ୍ରାଣ୍ଡ ଫାଇନାଲରେ ଥିଲା । ଆଜିର ଏ ଗ୍ରାଣ୍ଡ ଫାଇନାଲରେ ୧୫ ଜଣ ପ୍ରତିଯୋଗୀ ପ୍ରବେଶ କରିଥିଲେ,ତିନୋଟି ଯାକ ଗ୍ରୁପରୁ ଜଣେ ଲେଖାଏଁ ସେକେଣ୍ଡ ରନର୍ସ ଅପ୍, ଫାଷ୍ଟ ରନର୍ସ ଅପ୍, ଏବଂ ଜଣଙ୍କୁ ଗ୍ରୁପର ରଜ କୁମାରୀ ମୁକୁଟ ମିଳିଥିଲା । ସେଥି ମଧ୍ୟରୁ A- ଗ୍ରୁପରୁ ସମିରିନ ସୂର୍ଯ୍ୟବଂଶୀ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଶ୍ରୀ ସ୍ୱୀକୃତି ସାହୁ ଦ୍ୱତୀୟ ସ୍ଥାନ ଏବଂ ତୃତୀୟ ସ୍ଥାନ ଆଞ୍ଜେଲିକl ଦାସ ହାସଲ କରିଥିଲେ, ସେହିଭଳି B- ଗ୍ରୁପରୁ ଶ୍ରୀ ସିଧା ପ୍ରିୟଦର୍ଶନୀ ପ୍ରଥମ ସ୍ଥାନ, ସୁକନ୍ୟା ଚୌଦୁରୀ ଦୁତୀୟ ସ୍ଥାନ ଏବଂ ତୃତୀୟ ସ୍ଥାନ ମାନସ୍ବିନୀ ସାହୁ ଅଧିକାର କରିଥିଲେ ସେହିପରି C- ଗ୍ରୁପରୁ ସ୍ଥିତିପ୍ରଜ୍ଞା ସାହୁ ପ୍ରଥମ ସ୍ଥାନ, ସୌମ୍ୟଶ୍ରୀ ଚୌଦୁରୀ ଦୁତୀୟ ସ୍ଥାନ ଏବଂ ତୃତୀୟ ସ୍ଥାନ ଅଞ୍ଜଳି ସାହୁ ଅଧିକାର କରିଥିଲେ,ତେବେ ଏଭଳି କାର୍ଯ୍ୟକ୍ରମ ଆଗାମୀ ପିଢ଼ିକୁ ଓଡ଼ିଆ ସାହିତ୍ୟ,ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଗୁରୁତ୍ଵ ପ୍ରଦାନ କରିବ ବୋଲି ଏସ ଏସ କିଙ୍ଗଡମର ନିର୍ଦ୍ଧେଶିକା ଶିବାନୀ ପଟନାୟକ କହିଥିଲେ l



